ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ

ଯୁଗାବ୍ଦ ନ୍ୟୁଜ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଟକସ୍ଥିତ ବୋର୍ଡ ମୁଖ୍ୟ କାର‌୍ୟ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରତ୍ନାକର ରାଉତ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଦିନ ୧୧ଟାରେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ www.bseodisha.ac.in/www.bseodisha.nic.in ରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ପିଲାମାନେ ମୋବାଇଲରେ OR10 ଟାଇପ୍ କରି ୫୬୭୬୭୫୦ ନମ୍ବରକୁ SMS କଲେ ପରୀକ୍ଷା ଫଳ ଜାଣିହେବେ ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୨ରୁ ମାଟ୍ରିକ୍, ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ଆରମ୍ଭ ହୋଇ ମାର୍ଚ ୮ରେ ଶେଷ ହୋଇଥିଲା। ଖାତା ମୂଲ୍ୟାୟନ ମାର୍ଚ ୨୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ ଶେଷ ହୋଇଥିଲା। ଚଳିତବର୍ଷ ତିନିଟି ଯାକ ବର୍ଗରେ ମୋଟ ୫ ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ମାଟ୍ରିକ୍ ରେଗୁଲାର ଟରେ ୫ ଲକ୍ଷ ୪୫ ହଜାର ୩୬୪ ଜଣ, ଏକ୍ସ ରେଗୁଲାରରେ ୨୫ ହଜାର ୮ ଜଣ, ପତ୍ରବିନିମୟ (ସିସି) ରେଗୁଲାରରେ ୨୧୦୬ ଜଣ, ପତ୍ର ବିନିମୟ ଏକ୍ସ ରେଗୁଲାରରେ ୨୧୧ ଜଣ, ମଧ୍ୟମାରେ ୩ ହଜାର ୯ ଜଣ ଓ ଓପନ୍ ସ୍କୁଲରେ ୧୨ ହଜାର ୧୨ ଜଣ ପରୀକ୍ଷା ଦେଇଥିଲେ। ମାଟ୍ରିକ୍ ପାଇଁ ୨୮୩୦ଟି, ମଧ୍ୟମା ପାଇଁ ୪୪ଟି ଓ ଓପନ୍ ସ୍କୁଲ ପରୀକ୍ଷା ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୦୪ଟି ନୋଡାଲ ସେଣ୍ଟର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ