ପ୍ରକାଶ ପାଇଲା ୟୁପିଏସି ପରୀକ୍ଷା ଫଳ
ପ୍ରକାଶ ପାଇଛି କେନ୍ଦ୍ରୀୟ ଲୋକ ସଭା ଆୟୋଗ ଦ୍ାରା ପରିଚାଳିତ ଭାରତୀୟ ପ୍ରାଦେଶିକ ସେବା ପରୀକ୍ଷା । ଏହି ପରୀକ୍ଷା ରେ କନିଷ୍କ କଟାରିୟା ସର୍ବ ଭାରତ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କନିଷ୍କ ବିଟେକ ର ଛାତ୍ର ହୋଇଥିବା ବେଳେ ସେ ଆଇଆଇଟି ବମ୍ବେ ରୁ ଉତ୍ତିନ୍ନ ହୋଇଛନ୍ତି । ପ୍ରଥମ ୨୫ ଟି ସ୍ଥାନରେ ୧୫ ଜଣ ପୁଅ ଥିବା ବେଳେ ୧୦ ଜଣ ମହିଳା ଅଛନ୍ତି ।ଦ୍ବିତୀୟ ସ୍ଥାନରେ ଅଛନ୍ତି ଅକ୍ଷତ ଜୈନ । ତୃତୀୟ ସ୍ଥାନରେ ୟୁନେତ ମହମ୍ମଦ, ଚତୁର୍ଥ ସ୍ଥାନ ରେ ଶ୍ରେୟାନ୍ସ କୁମୋଦ ,ପଞ୍ଚମ ସ୍ଥାନରେ ସୃଷ୍ଟି ଜୟନ୍ତ ଦେଶମୁଖ, ତେବେ ପଞ୍ଚମ ସ୍ଥାନରେ ରହିଥିବା ସୃଷ୍ଟି ଜୟନ୍ତ ଦେଶମୁଖ ମହିଳା ଟପ୍ପର ହୋଇଛନ୍ତିା ଓଡିଷା ରୁ ୨୪ଜଣ ପରୀକ୍ଷାର୍ଥୀ କୃତ କାର୍ଯ୍ୟ ହୋଇଥିବା ବେଳେ ଅନ୍ୟା ଦାଶ ୬୦ତମ ସ୍ଥାନ ହାସଲ କରିଛନ୍ତି ।


