ପ୍ରକାଶ ପାଇଲା +୨ ବିଜ୍ଞାନ ରେଜଲ୍ଟ ; ପୁଣି ବାଜି ମାରିଲେ ଝିଅ

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଚଳିତବର୍ଷ ୭୨.୩୩ ପ୍ରତିଶତ ପାସ୍ ହାର ରହିଛି । ଗତ ବର୍ଷ ତୁଳନାରେ ୪ ପ୍ରତିଶତ କମ୍ ରହିଛି । ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇ ବାଜିମାରିନେଇଛନ୍ତି ଝିଅ । ବାଲେଶ୍ବର ଜିଲାରେ ସର୍ବାଧିକ ପାସ ହାର ୮୬ ପ୍ରତିଶତ ରହିଥିବା ବେଳେ ଗଜପତି ଜିଲାରେ ୩୬.୨୦ ପ୍ରତିଶତ ସର୍ବନିମ୍ନ ପାସ ହାର ରହିଛି । ଜୟଦେବ ଭବନ ପରିସରସ୍ଥ ଗୀତଗୋବିନ୍ଦ ଭବନରେ ଆୟୋଜିତ ଫଳ ପୁସ୍ତିକା ଉନ୍ମୋଚନ କାର‌୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ୍ର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ୪୦. ୦୫୮ ଜଣ ପୁଅ ପାସ୍ କରିଥିବାବେଳେ ୩୦, ୬୪୮ ଜଣ ଝିଅ ପାସ୍ କରିଛନ୍ତି। ଉଭୟଙ୍କ ପାସ୍ ହାର ଯଥାକ୍ରମେ ୭୦. ୪% ଓ ୭୫. ୦୨%।ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୦, ୮୦୬ ବା ୨୯. ୪୨%। ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୩, ୯୦୪ ବା ୩୩. ୮୧%। ତୃତୀୟ ଶ୍ରେଣୀରେ ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୫, ୩୬୦ ବା ୩୫. ୮୭%। ଏଥର କମ୍ପାର୍ଟମେଣ୍ଟାଲ୍ ପାସ୍ ସଂଖ୍ୟା ହେଉଛି ୬୩୬ ବା ୦.୯%। ପରୀକ୍ଷାର୍ଥୀମାନେ www.orissaresults.nic.in ଓ www.chseodisha.nic.in େଓ୍ଵବ୍ସାଇଟ୍ରେ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ସେମାନଙ୍କ ଫଳାଫଳ ଜାଣି ପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ