ପ୍ରକାଶ ରାଜଙ୍କ ଅସ୍ତ୍ରୋପଚାର ସଫଳ

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡରେ ନିଜର ନିଆରା ଅଭିନୟ ପାଇଁ ବେଶ ଚର୍ଚିତ ଅଭିନେତା ପ୍ରକାଶ ରାଜ ଗତ ମଙ୍ଗଳବାର ଏକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପ୍ରକାଶ ରାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହସ୍ପିଟାଲରୁ ନିଜର ଏକ ଫଟୋ ସେୟାର କରିଛନ୍ତି। ହସ୍ପିଟାଲ ବେଡରେ ପ୍ରକାଶ ଶୋଇଥିବା ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି, ମୋର ହାତର ସର୍ଜରୀ ସଫଳ ହୋଇଛି । ମୁଁ ଖୁବ ଶୀଘ୍ର ପୁଣି କାମକୁ ଫେରିବି ।’ପ୍ରକାଶ ରାଜ ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରି ଭଳି ସିନେମାରେ ବେଶ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ