ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ଅକ୍ଟୋବର ୩୧ତାରିଖ ଦିନ ତାଙ୍କର କାର୍ଯ୍ୟକାଳ ପୁରିଯିବା ପରେ ତାଙ୍କୁ ଭଅଁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ ଜଣେ ଛାତ୍ରବତ୍ସଳ, କର୍ତ୍ତବ୍ୟ ପରାୟଣତା, ସଚ୍ଚୋଟ, ସମୟାନୁବର୍ତ୍ତୀ, ସାହାସି ଓ ଦକ୍ଷ ପ୍ରଧାନ ଶିକ୍ଷକ ଭାବେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକରି ସବୁ ମହଲରେ ପ୍ରସଂଶିତ ହୋଇଛନ୍ତି । ସେ ସାକ୍ଷରତା ଅଭିଯାନ, ପରିବେଶ ସୁରକ୍ଷା ଓ ମୋ ସ୍କୁଲ ଅଭିଯାନ କ୍ଷେତ୍ରରେ ଅଭିନବ କାର୍ଯ୍ୟକରି ଚର୍ଚ୍ଚିତ ହୋଇଥିଲେ । ହାଟଡିହି ବ୍ଲକର ଅତି ଦୁର୍ଗମ ଅଞ୍ଚଳର ଭାବେ ପରିଚିତ ଆଦିବାସୀ ବହୁଳ ଦଲିକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରି ଶିକ୍ଷା, ପରିବେଶ ସୁରକ୍ଷା, ସମାଜସେବା ଓ ମାନବୀୟ ମୁଲ୍ୟବୋଧ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରି କେନ୍ଦୁଝରର କାଷାଣ୍ଡ୍ରା ସମ୍ମାନ, ହାସଲ କରିବା ସହିତ ଓଡିଶା ସରକାରଙ୍କ ଠାରୁ ରାଜ୍ୟସ୍ଥରୀୟ ପ୍ରକୃତିମିତ୍ର ଓ ବିଦ୍ୟାଳୟକୁ ପ୍ରକୃତି ବନ୍ଧୁ ପୁରସ୍କାର ଆଣିପାରିଥିଲେ । ଆଜି ତାଙ୍କ ସରକାରୀ ଚାକିରୀର ଶେଷ ଦିନରେ ଭଅଁରା ସ୍କୁଲ ପରିଚାଳନା କମିଟିର ସଭାପତି ବାବୁରାମ ମଢ଼େଇ, ଉପସଭାନେତ୍ରୀ ସରସ୍ୱତୀ ହୋ, ଦିବାକର ହୋ, ରେବତୀ ବିଶ୍ୱାଳ, ସନ୍ତୋଷ ବଳପାଳିଆ, କୁଳମଣୀ ନାଏକ, ଭାରତୀ ନାଏକ, ଅଖୁଜି ନାଏକ, ସୀତା ବଉଳ ପାଳିଆଙ୍କ ସମେତ ସମସ୍ତ ସଦସ୍ୟ ଓ ଶିକ୍ଷକ ପ୍ରଦୀପ କୁମାର ନାୟକ, ମନ୍ଦରଧର ନାୟକ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ ଅବସର ଜୀବନ ଶୁଖମୟ ହେଉବୋଲି ମଧ୍ୟ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ