ପ୍ରକୃତି ପ୍ରତିକ୍ରିୟା
ବନ୍ଯା ବାତ୍ଯା ନୁହେଁ
କାହା ବୋଲକରା
ନାହିଁ ତାର ନିଜ ପର,
ପ୍ରକୃତି ନୀୟମ
ପାଳନ କରଇ
ଦେଖାଇ ରୂପ ନିଜର ।
ଭୀମ ଭୟଙ୍କର
ଅଶାନ୍ତ ସ୍ବରୂପ
ମାନବେ ଦିଏ ଚେତାଇ,
ଆମ ପ୍ରକୃତିରେ
ଲଗାମ ନଥିଲେ
ପ୍ରକୃତି ଦାଉ ସାଧଇ ।
ଜନ୍ମରୁ ପ୍ରକୃତି
ଶାନ୍ତ ସ୍ବଭାବର
ଅଶାନ୍ତ ମାନବ ପାଇଁ,
ବିଶ୍ବ ତାପ ବୃଦ୍ଧି
ଜଳ ବାୟୁ ବିଷ
ଲୋଭ ଲାଭ ମୃତ୍ଯୁ ହୋଇ ।
କଳ କାରଖାନା
ଜନ ସଂଖ୍ୟା ବୃଦ୍ଧି
ଜଙ୍ଗଲ ଉଜୁଡୁ ଥାଇ,
ତେଣୁ ନିୟନ୍ତ୍ରଣ
ପ୍ରକୃତି ହରାଇ
ନିଜ ନୀୟମ ପାଳଇ ।
ବନ୍ୟା ସହ ବାତ୍ୟା
ସମୁଦ୍ର ପତ୍ତନ
ଦିନୁଦିନ ବଢୁଥାଇ,
ବିଶ୍ବ ତାପମାତ୍ରା
ଜଳ ବାୟୁ ସ୍ଥିତି
ନିରନ୍ତର ବିଗିଡଇ ।
ବିଗିଡି ବିଗିଡି
ପ୍ରକୃତିର କ୍ରୋଧ
ଯାଏ ଉଗ୍ରରୂପ ହୋଇ,
ବାର ବାର ସଦା
ଦାଉ ସାଧୁଥାଏ
ଏ ମଣିଷ ଚେତୁ ନାହିଁ ।
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ