ପ୍ରକୃତି ବନ୍ଧୁ ଲୁସିପ୍ରିୟା

ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା ) : ଦିଲ୍ଲୀରୁ ୮ବର୍ଷୀୟ ଭାରତୀୟ ଜଳବାୟୁ କାର‌୍ୟ୍ୟକର୍ତ୍ତା ଲୁସିପ୍ରିୟା କଙ୍ଗୁଜମ ଶନିବାର ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକୋଟ ପଂଚାୟତର ଲଗାତାର ବର୍ଷାରେ ପାହାଡି ଧସି ଧନ ଜୀବନ ନଷ୍ଟ ହୋଇଥିବା କୁଲଙ୍ଗ ଗ୍ରାମର ପିଲା ଏବଂ ପରିବାର ଲୋକଙ୍କୁ ପ୍ରାକୃତିକ ଜଳବାୟୁ ସଙ୍କଟରୁ କିପରି ସାମନା କରିବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନା କରିବା ପାଇଁ ୩ କିଲୋମିଟର ପାହାଡ ପାଦଚଲା ରାସ୍ତାରେ କୁଲୁଙ୍ଗ ଗ୍ରାମରେ ପହଞ୍ଚିଥିଲେ। ସୁଚନାଯୋଗ୍ୟ, ଲଗାତାର ବର୍ଷା ଯୋଗୁଁ ଗତ ୨୪ତାରିଖ ଦିନ କୁଲଙ୍ଗ ଗ୍ରାମରେ ପାହାଡ ଧସି ୨୦ଗୋଟି ଘର ଏବଂ ୧୫୦ରୁ ଉର୍ଦ୍ଧ ଗାଈ ଏବଂ ଛୋଳିର ମୃତ୍ୟୁବରଣ କରିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବହୁ ପ୍ରାଣୀ ତଥା ଉବ୍ଦିଦ ଏବଂ ଛୋଟ ଛୋଟ ପିଲାମାନେ ଅନାଥ ହେଉଛନ୍ତି ଏସବୁ ହେଉଛି ବୋଲି ବାର୍ତ୍ତା ଦେବା ସହ କୁଲଙ୍ଗ ଗ୍ରାମରେ ପହଞ୍ଚି ପ୍ରକୃତିକ ବିପର‌୍ୟ୍ୟୟ କିପରି ହେଉଛି ଓ ଏହାକୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ପାହାଡରେ ରହୁଥିବା ଲୋକଙ୍କୁ ସତେତନ କରାଇଥିଲେ । ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ପ୍ରାକୃତିକ ବିପର‌୍ୟ୍ୟାକୁ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ଗ୍ରାମବାସୀଙ୍କୁ ହାତଯୋଡି ନିବେଦନ କରି ଗ୍ରାମରେ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ କହିବା ସହ ଗ୍ରାମବାସୀଙ୍କୁ ସଚେତନତା କରିଛନ୍ତି । ପ୍ରାକୃତିକ ବିପର‌୍ୟ୍ୟାଯକ ପୀଡିତଙ୍କୁ ସେ ଗ୍ରାମବାସୀଙ୍କୁ ବ୍ଲାଙ୍କେଟ ଓ ରୁଟି ପ୍ରଦାନ କରିଥିଲେ । ତାଙ୍କ ସହ ତାଙ୍କ ପିତା ଡ.କେ.କେ. ସିଂ,ଜି. ତିରୁପତି ରାଓ, ଜି ବିଜଯକୁମାର, ଏ ବାସୁ, ଜିଲ୍ଲା ପରିଷଦ ସଦସ୍ୟ ହିମାଂଶୁ ଲିମ୍ମା, ଉପାଧ୍ୟକ୍ଷା ଗୀତା ଞ୍ଜଳୀ ଭୂୟାଁ, ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ପୂର୍ବତନ ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ବେର୍ଣ୍ଣିକ ଗମାଙ୍ଗ ପ୍ରମୁଖ ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ