“ପ୍ରକୃତ କରୋନା ଯୋଦ୍ଧା “ରେ ସମ୍ମାନିତ ହେଲେ ରଶ୍ମିତା

 ଚୌଦ୍ଵାର, (ଦୀପକ୍ କୁମାର ବେଉରା): କରୋନାର କରାଳ କାୟା ସମଗ୍ର ବିଶ୍ଵରେ ଆତ୍ତଙ୍କ ସୃଷ୍ଟି କରିଥିବା ବେଳେ କ୍ଷେତ୍ରପାଳ ଗ୍ରାମର ରଶ୍ମିତା ମୁଦୁଲି  ଅନାୟାସରେ, ନିର୍ଦ୍ୱନ୍ଦରେ ତାଙ୍କ ପ୍ଲାଜମା ଦାନ ଭଳି ମହତ୍ତ୍ କାର୍ଯ୍ୟ ପାଇଁ ଉଚ୍ଚପଦା ସରପଞ୍ଚ ବିରଜା ପ୍ରସାଦ ରାଉତ ସମ୍ବର୍ଦ୍ଧିତ କରିଛନ୍ତି ।  ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଉଚ୍ଚପଦା ଗ୍ରାମପଞ୍ଚାୟତର କ୍ଷେତ୍ରପାଳ ଗ୍ରାମର ସୁରେନ୍ଦ୍ର ନାଥ ମୁଦୁଲି ଓ କାମଳ ମୁଦୁଲି ଙ୍କ ଝିଅ ରଶ୍ମିତା ସମ୍ ହସ୍ପିଟାଲ ରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ନିଜେ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ କିଛି ଦିନ ମଧ୍ୟରେ ସେ ସୁସ୍ଥ ମଧ୍ୟ ହୋଇ ଯାଇଥିଲେ, ସୁସ୍ଥ ହେଲା ପରେ ନିଜର ପ୍ଲାଜମା ଦାନ କରିଥିଲେ। କରୋନା କବଳରୁ ନିଜେ ମୁକ୍ତ ହୋଇ ଅନ୍ୟ ଜଣେ ରୋଗୀଙ୍କୁ ସୁସ୍ଥ କରିବାରେ ରଶ୍ମିତା ଯେଉଁ ସାହସିକତା ଓ ମାନସିକତା ପ୍ରଦର୍ଶନ କରି ଉଚ୍ଚପଦା ଗ୍ରାମପଞ୍ଚାୟତର ଗୌରବ ଆଣି ଥିବାରୁ ସରପଞ୍ଚ ଶ୍ରୀ ରାଉତ ତାଙ୍କୁ  “ପ୍ରକୃତ କରୋନା ଯୋଦ୍ଧା ” ସମ୍ମାନିତ କରିଛନ୍ତି। ରଶ୍ମିତା ଙ୍କୁ ଏହି ଅବସରରେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ  ସମିତି ସଭ୍ୟ ଶ୍ଵେତାମ୍ବର ସ୍ବାଇଁ,ଶିକ୍ଷାବିତ୍ ଯତୀନ୍ଦ୍ର ମୋହନ ବିଶ୍ୱାଳ,ରମେଶ ଚନ୍ଦ୍ର ସାମଲ,ଅର୍ଜୁନ ସାମଲ,ଚକ୍ରଧର ସାହୁ,,ସୁକାନ୍ତ ନାୟକ,ଅରକ୍ଷିତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ