ପ୍ରକୃତ ହିତାଧିକାରୀ ରାସନ ପାଇବାରେ ବଞ୍ଚିତ, ଭୋକଉପବାସରେ କଟୁଛି ଦିନ…
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଏବଂ ପ୍ୟାକେଜମାନ ଘୋଷଣା କରୁଛନ୍ତି, କେହି ମଧ୍ୟ ଭୋକରେ ନ ରହିବା ପାଇଁ ସରକାର ଆଗୁଆ ତିନି ମାସର ରାସନ ଯୋଗାଇ ଦେଇଛନ୍ତି କିନ୍ତୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ବାଲିଗୁଡା ଏନଏସିର 6 ନମ୍ବର ୱାର୍ଡ ରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାରଙ୍କ ରାସନ କାର୍ଡ ନଥିବାରୁ ରାସନ ପାଇବାରେ ବଞ୍ଚିତ ରହିଛନ୍ତି l ଶିବପ୍ରସାଦ ବାଲିଗୁଡା ବଜ଼ାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି l ଲକଡାଉନରେ ଦୋକାନ ବନ୍ଦ ହୋଇଯିବା ପରେ ଦୁଇସନ୍ତାନ ଓ ସ୍ତ୍ରୀ କୁ ଦାନା ଯୋଗାଡ କରିବା ମୁସ୍କିଲ ହୋଇପଡିଛି l ଏନେଇ ଶିବ ବହୁବାର ବାଲିଗୁଡା ବ୍ଲକ ପ୍ରଶାସନ, ଏନଏସି ଅଧିକାରୀ ଓ ଉପଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ଫଳଶୁନ l ଶିବଙ୍କ ପରିବାର ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧହେବ ନୁଆସାହିରେ ଭଡ଼ାଘରେ ରହୁଛନ୍ତି l ବର୍ତ୍ତମାନ ନୁଆସାହି ର ଶାନ୍ତସୁନ୍ଦର ପଣ୍ଡାଙ୍କ ଭଡ଼ାଘରେ ରହୁଛନ୍ତି, ତାଙ୍କର ନିଜସ୍ଵ ଘର ମଧ୍ୟ ନାହିଁ l ଲକ ଡ଼ାଉନର ଅଵଧି ବୃଦ୍ଧି ପରିବାର ପାଇଁ ଚିନ୍ତାର କାରଣ ସାଜିଛି l ଲକ ଡ଼ାଉନ ସମୟରେ ରେ ଏନଏସି ଅଧିକାରୀ ଓ ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ୱନ୍ଧରେ ଅବଗତ କରିଛନ୍ତି l ଏନେଇ ଯୋଗାଣ ଅଧିକାରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ପଚାରିବାରୁ ତିନିବଖରା ପକ୍କାଘରେ ରହୁଥିବାରୁ ଯାଞ୍ଚବେଳେ ପଡିକାର୍ଡ କାଟିଦିଆଯାଇଛି l ସରକାରୀ ଅଧିକାରୀଙ୍କ ଭୁଲ ତଦନ୍ତ ହୋଇଥିବାରୁ ଜଣେ ପ୍ରକୃତ ହିତାଧିକାରୀ ରାସନପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି l ଉପଖଣ୍ଡ ପ୍ରଶାସନ ପୁନଃ ତଦନ୍ତକରି ରାସନକାର୍ଡ ଯୋଗାଇ ଦେବାକୁ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ଦାବୀ କରିଛନ୍ତି l


