ପ୍ରଗତିଶୀଳ ରାଷ୍ଟ୍ରରେ ଅବହେଳିତ ବାପୁଜି
ସୋରଡା,(ରଜନୀ ମହାପାତ୍ର):ସୋରଡାରେ ବୁଧବାର ଦିନ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଗାନ୍ଧୀ ସ୍ମୃତି ସେବା ସଂଘ ତରଫରୁ ଲଡୁ କିଶୋର ଦାଶଙ୍କ ତତ୍ବାବଧାନ ରେ ଗାନ୍ଧୀ ସ୍ମୃତି ଭବନ ଠାରେ ଗାନ୍ଧୀ ଜୟନ୍ତୀ ଆୟୋଜିତ ହୋଇଛି ଏଥିରେ ସହରର ସମସ୍ତ ଜଣାଶୁଣା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ଏବଂ ଏହି ଅବସରରେ ଗୋଟିଏ ଭଜନ କାର୍ଯ୍ୟ କ୍ରମ ମଧ୍ୟ ଆୟୋଜନ କରଯାଇଥିଲା। ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ଵାଳ ଏବଂ ଅଧକ୍ଷ ଶିବ ଶଙ୍କର ପଣ୍ଡା ସମସ୍ତ କାଉନ୍ସିଲରଙ୍କୁ ଧରି ଗାନ୍ଧୀଜୀଙ୍କ ପ୍ରତିମୁର୍ତୀ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବହୁ ସମାଜସେବୀ ମାନଙ୍କ ମଧ୍ୟ ଚଳିତ ଥର ଦେଖିବାକୁ ମିଳିଥିଲା। ଗାନ୍ଧୀ ଜୟନ୍ତୀ ଅବସରରେ ବହୁ ଲୋକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ଦେଖିବା ସ୍ଵାଭାବିକ ଘଟଣା, କିନ୍ତୁ ବର୍ତମାନ ଯାଏଁ ଏହି ସ୍ମୃତି ଭବନର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନ ହେବା ଗାନ୍ଧୀବାଦିଙ୍କ ମନ ରେ ଆଘାତ ଦେଇଛି। ବର୍ତମାନ ଆମ ରାଜ୍ୟ ଓ ଦେଶ ପ୍ରଗତିଶୀଳ ବୋଲି ଅର୍ଥନୈତିକ ସର୍ବେ କହୁଥିବା ବେଳେ ପ୍ରତେକ କ୍ଷେତ୍ରରେ ବିକାଶର ଝଲକ ଦେଖିବାକୁ ମିଳୁଛି। ରାସ୍ତା ଘାଟ ପାନୀୟ ଜଳ ସମେତ ସୌନ୍ଦର୍ଜ୍ୟ କରଣ ସମେତ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦେଖିବାକୁ ମିଳିଥିବା ବେଳେ ବର୍ତମାନ ଯାଏଁ ଗାନ୍ଧୀ ସ୍ମୃତି ଭବନ ଉପରେ କୌଣସି ସରକାରୀ ଅଧିକାରୀଙ୍କ ନଜର ପଡିନି। ଅନୁତାପର ବିଷୟ ହେଲା ପ୍ରତିଦିନ ଏହି ରାସ୍ତା ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ମାଳ ମାଳ ଅଧିକାରୀ ଯିବା ଆସିବା କରୁଥିଲେ ହେଁ ଏଥି ପ୍ରତି କେହି ଦ୍ରୁଷ୍ଟି ଦେଇନାହାନ୍ତି। ସବୁଠାରୁ ଦୁଖଦାୟକ ହେଲା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଛତ୍ରପୁର ତରଫରୁ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସ୍ମୃତି ଭବନ ନିର୍ମାଣ ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରେ ଅନୁଦାନ ଦିଆଯାଇଥିଲା କିନ୍ତୁ ତାହା ଏବେ ଅଧପାନ୍ତରିୟା ହୋଇ ରହିଛି। ଏହି ସ୍ମୃତି ଭବନ ରେ ଝରକା ନାହିଂ କି କବାଟ ନାହି। ଚାରିଆଡେ ଖୋଲା। ପ୍ରତିଦିନ ବୁଲ ଗାଈ ଗୋରୁ ମାନେ ଏଠାରେ ବାସ କରନ୍ତି ଅନେକ ନିଶାସକ୍ତ ବ୍ୟକ୍ତିଙ୍କ ଏଠାରେ ଦେଖିବାକୁ ମିଳେ କେବଳ ଜାତୀୟ ଦିବସ ପାଳନରେ ଏହି ସ୍ମୃତି ଭବନ ଟି ସଫସୁତୁରା ଥିବା ଦେଖିବାକୁ ମିଳେ ଏପରିକି ସୋରଡା ଏନ ଏସିର ପରିଷଦର ବୈଠକରେ ଏ ସମ୍ପର୍କରେ ବ୍ୟୟ ଅଟକଳ ପାଇଁ ନିର୍ଧାରଣ ହୋଇଥିଲେ ହେଁ ଏ ଯାଏଁ ଆର୍ଥିକ ମଞ୍ଜୁରୀ ନ ମିଳିବା ଯୋଗୁଁ ଏହାର ପୁନରୁଦ୍ଧାର ହୋଇପାରୁନି। ଏ ସମ୍ପର୍କରେ ସୋରଡା ଏନଏସି ଅଧକ୍ଷ୍ୟ ଶିବ ଶଙ୍କର ପଣ୍ଡାଙ୍କ କହିବା ହେଲା ଯଥା ଶୀଘ୍ର ଏଠାରେ କବାଟ ଓ ଝରକା ଲାଗିବା ବ୍ୟବସ୍ଥା କରାଯିବ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କହିବା ହେଲା ଗାନ୍ଧୀ ସ୍ମୃତି ଭବନର ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ତ୍ବରଣିତ କରାଯିବ ଏବଂ ଏଥିରେ ଗାନ୍ଧୀଜୀଙ୍କ ସ୍ଵାଧୀନତା ସଂଗ୍ରାମର ସ୍ମୃତି ରଖା ଜୀବ ବୋଲି କହିଛନ୍ତି। ଗାନ୍ଧୀ ସ୍ମୃତି ସେବା ସଂଘ ସଭାପତି ତଥା ଗାନ୍ଧୀବାଦୀ ବ୍ୟକ୍ତି ଲଡୁ କିଶୋର ଦାଶ ଙ୍କ କହିବା ହେଲା ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ କହି କହି ଲେଖି ଲେଖି ହାଲିଆ ହେଇ ସାରିଲିଣି ତଥାପି କୌଣସି ସୁଫଳ ମିଳିନୀ କେବଳ ଯଦି ମିଳିଛି କିଛି ପ୍ରତିଶ୍ରୁତି।


