ପ୍ରଗତି କଳା କେନ୍ଦ୍ର ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା) : କଳାକୁ ପ୍ରୋତ୍ସାହନ ଓ କଳାକାରଙ୍କୁ ସଠିକ ତାଲିମ ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଆରମ୍ଭ ହୋଇଛି ପ୍ରଗତି କଳା କେନ୍ଦ୍ର। କେନ୍ଦ୍ର ସମ୍ପାଦକ ଓଡିଶୀ ନୃତ୍ୟ ଗୁରୁ ସୁଧାଂଶୁ ଶେଖର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଛତ୍ରପୁର ବ୍ଳକ କଂଗ୍ରେସ ସଭାପତି ଅବନୀ ଶତପଥୀ ଉଦଘାଟକ ଭାବେ ଯୋଗଦେଇ ଅନୁଷ୍ଠାନର ଶୁଭାରମ୍ଭ କରିଥିବା ବେଳେ ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ.ରେଖା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଳା ଗ୍ୟାଲେରୀକୁ ଉଦଘାଟନ କରିଥିଲେ। ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନିରାକାର ବେହେରା, ସମାଜସେବୀ କେ. ଚନ୍ଦ୍ର ଶେଖର ରେଡୀ, ପୂର୍ବତନ କାଉନସିଲର ବାଦଲ ପାଣ୍ଡି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗୋଟିଏ ପରିସରରେ ଓଡିଶୀ ନୃତ୍ୟ ଭଳି ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ରଣପା, ଚଢେୟା ପଶୁ ନୃତ୍ୟ ଭଳି ଲୋକ ନୄତ୍ୟ, ସଂଗୀତ, ଚିତ୍ରକଳା ଓ ସମସ୍ତ ପ୍ରକାର ବାଦ୍ୟଯନ୍ତ୍ର ଶିକ୍ଷା ପ୍ରଦାନ ନିମନ୍ତେ ବ୍ୟବସ୍ଥା ଓ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ହେତୁ ଏହା ଜନାଦୃତ ହେବ ବୋଲି ଆଶା ପ୍ରକାଶ ପାଇଛି। ଗଞ୍ଜାମର ବିଶ୍ୱ ପ୍ରସିଦ୍ଧ ଲୋକ ନୃତ୍ୟ ରଣପାର ପ୍ରବର୍ତ୍ତକ ସ୍ୱର୍ଗତ ଲିଙ୍ଗରାଜ ସାହୁଙ୍କ ସୁପୁତ୍ର ରାମ ମୋହନ ସାହୁ ଏଠାରେ କଠଉ କାଠପାଦ ରଣପା ନୃତ୍ୟ ଶିକ୍ଷା ଦେଉଥିବା ବେଳେ, ଏନ ରଶ୍ମିତ ଆଧୁନିକ ନୃତ୍ୟ, ରବିନ୍ଦ୍ର ଦାସ ଚିତ୍ରାଙ୍କନ ଶିକ୍ଷା ଦେବେ। ଏମ ରାଧା କୁମାରୀ, ଜିତୁରାଜ ବେହେରା, ମୁନା ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ