ପ୍ରଗତି କଳା କେନ୍ଦ୍ର ପକ୍ଷରୁ ଆମ କଳା -ଆମ ଗୌରବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପ୍ରଗତି କଳାକେନ୍ଦ୍ର ପକ୍ଷରୁ ଅନୁଷ୍ଠାନର କଳାକାର ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଆମ କଳା- ଆମ ଗୌରବ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଅରୁଣ କୁମାର ଶତପଥୀଙ୍କ ପୌରହିତ୍ୟରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ନିକଟ ମୁକ୍ତ ଆକାଶ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ସାମ୍ମନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ମଞ୍ଚ କଳାକାର ମୃତ୍ୟୁଞ୍ଜୟ ତ୍ରିପାଠୀ, ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ ଯୋଗ ଦେଇ ଅନୁଷ୍ଠାନ ର କୁନି କୁନି କଳାକାରଙ୍କ କଳାକୃତୀ କୁ ପ୍ରସଂଶା କରିଥିଲେ l ଅନୁଷ୍ଠାନର କଳାକାର ଙ୍କ ପକ୍ଷରୁ ରଣାପା, ଚଢ଼େୟା ଓ କଠଉ ଭଳି ବିଭିନ୍ନ ଲୋକନୃତ୍ୟ ସହିତ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା l ଅନୁଷ୍ଠାନ ର ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ନାନିତ କରିଥିଲେ l ଅନୁଷ୍ଠାନର ଅଫିସ ଇନ ଚାର୍ଜ ଏମ.ରାଧା ,ଗୁରୁ ରାମମୋହନ ସାହୁ ସମସ୍ତ କାର୍ଯ୍ୟକୁ ପରିଚାଳନା ରେ ସହଯୋଗ କରିଥିଲା ବେଳେ ବ୍ରହ୍ମପୁର ର ସାଇ ଡିମ୍ପଲ କାର୍ଯ୍ୟକ୍ରମ କୁ ସାଂସ୍କୃତିକ କୁ ସଂଯୋଜନା କରିଥିଲେ l