ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ପାଳନ ଏବଂ ପ୍ରଗତିର ବାର୍ଷିକ ଉତ୍ସବ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗତକାଲି ରବିବାର ସନ୍ଧ୍ୟା ସମୟରେ ୟୁଟେକ କମ୍ପ୍ୟୁଟର ପ୍ରତିଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆନ୍ତର୍ଜାତିକ ମାତୃ ଦିବସ ପାଳନ ହୋଇ ସାରିଛି । ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା ବେବର୍ତ୍ତା, ଶଶିରେଖା ମିଶ୍ର, କୁମୁଦିନୀ ପାତ୍ର ଯୋଗଦେଇଥିବା ବେଳେ ମାତଙ୍ଗିନୀ ଗୁରୁ ସ୍ଵାଗତ ସମ୍ଭାଷଣ କରିଥିଲେ । ପରିଚୟ ପ୍ରଦାନ କରିଥିଲେ ସୁଜାତା ପଣ୍ଡିତ।ମୁଖ୍ୟ ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା,ସଂଯୋଜନା କରିଥିଲେ।ସଭାନେତ୍ରୀ   ଡି ପ୍ରିୟଙ୍କା, ଅଧ୍ୟକ୍ଷତା ଏବଂ ସମ୍ପାଦିକା  ତନୁଜା ଶତପଥୀ,ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ୫ଜଣ ମାଙ୍କୁ ସ୍ବତନ୍ତ୍ର ସମ୍ବର୍ଥନା ଦିଆଯାଇଥିଲା। ସେମାନେ ହେଲେ, ଜ୍ୟୋତ୍ସ୍ନା ପଟ୍ଟନାୟକ, ଗୌରୀ ବେହେରା, ପ୍ରଭାବତୀ ପଟ୍ଟନାୟକ,ସସ୍ମିତା ଗନ୍ତାୟତ ମହେଶ୍ୱରୀ ମହାରଣା ।ସମସ୍ତ କାର୍ଯ୍ୟକ୍ରମକୁ ଲୋକନାଥ ମିଶ୍ର, ମୁରଲୀ ପରିଛା,ନିତ୍ୟାନନ୍ଦ ଚୌଧୁରୀ,ଶାଶ୍ଵତୀ ବେବର୍ତ୍ତା,ଭି କୁରୁମୁ ନାଥମ,। ବିଶିଷ୍ଟ ଅତିଥି ଭାବେ ମାନସୀ ପଣ୍ଡା, ରଞ୍ଜିତା ତ୍ରିପାଠୀ,କଳ୍ପନା ପଟ୍ଟନାୟକ, ସୁଲନା ଶୁଭଦଶିର୍ନୀ, ଯୋଗ ଦେଇଥିଲେ। ହାଇସ୍କୁଲ ଓ କଲେଜ ସ୍ତରରେ ତର୍କ ଏବଂ କବିତା ପାଠୋ ଛବ ଅନୁଷ୍ଠିତ ହୋଇ ଥିଲା।ଶେଷରେ ଲୋକନାଥ ମିଶ୍ର ଧନ୍ୟବାଦ ଦେଇଥିଲେ।ସତ୍ୟ ପାଢ଼ୀ, ପ୍ରଫୁଲ୍ଲ ବେବର୍ତ୍ତା ରଚିତା ମହାନ୍ତି ପରିଚାଳନା କରିଥିଲେ। ମାର ଭୂମିକା ସନ୍ତାନ ପାଇଁ ଯୁଗେ ଯୁଗେ ଏକ ସ୍ଵତନ୍ତ୍ର ପରିଚୟ ଆଣିପାରିଛି । ତାର ନିସର୍ତ୍ତ ଭଲପାଇବା ସନ୍ତାନର ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିଥାଏ ବୋଲି ବକ୍ତାମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ