ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ ମିଳିତ ଆନୁକୁଲ୍ୟରେ ଗୁରୁ ପୂଜନ ସମାରୋହ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଅପରାହ୍ନରେ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ପରିସରରେ ସଂଯୋଜକ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟଭିତ୍ତିକ ଆଲୋଚନା ଏବଂ ମାଧ୍ୟମିକ ମହାବିଦ୍ୟାଳୟ ସ୍ତରରେ ତର୍କ ପ୍ରତିଯୋଗିତା ଅନଷ୍ଟିତ ହୋଇସାରିଛି ।ସାହିତ୍ୟ ଏକାଡେ଼ମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ବିନୋଦ ଚନ୍ଦ୍ର ଜେନା,ମୁଖ୍ୟ ବକ୍ତା ହରିମୋହନ ପଟ୍ଟନାୟକ,ସମ୍ମାନିତ ଅତିଥି ତଥା ସଭାନେତ୍ରୀ କଳ୍ପନା ପଟ୍ଟନାୟକ, ସଂପାଦିକା ତନୁଜା ଶତପଥୀ, ଉପସଭାନେତ୍ରୀ ମାନସୀ ପଣ୍ଡା ପ୍ରଭୃତି ମଞ୍ଚାସୀନ ହୋଇ ଗୁରୁ ପରମ୍ପରାର ବିଭିନ୍ନ ଦିଗ ଆଲୋଚନା କରିଥିଲେ। ତ୍ରିପତୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା ଯୋଗ ଦେଇଥିଲେ।ଶେଷରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।


