ପ୍ରଗତି ମହିଳା ସଙ୍ଘଠନ ତରଫରୁ ଦିବଙ୍ଗତ ଏଡିଏମ ବୀରେନ୍ଦ୍ର କୁମାର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ପ୍ରମୁଖ ପ୍ରଗତି ମହିଳା ସଙ୍ଗଠନ ଓ ୟୁ.ଟେକ୍.କମ୍ପ୍ୟୁଟର ଏଡୁ କେସନ୍ ସେଣ୍ଟର୍ ମିଳିତ ଆନୁକୁଲ୍ୟରେ ଦିବଙ୍ଗତ ଏଡିଏମ ବୀରେନ୍ଦ୍ର କୁମାର ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ତନୁଜା ଶତପଥୀ ଅଧ୍ୟକ୍ଷତା କରିଥିଲେ ଶିକ୍ଷା ଅନୁଷ୍ଠାନର ସହ ପରିଚାଳକ ସବିତା ପଣ୍ଡିତ ପ୍ରାକ୍ ସୂଚନା ଦେବାବେଳେ ପ୍ରଣବ କୁମାର ପଣ୍ଡା, ପରିଚାଳନା କରିଥିଲେ। ଦିବଙ୍ଗତ ଅମ୍ଳାନ ପ୍ରତିଭା ବୀରେନ୍ଦ୍ର ମହାଶୟ ଏକାଧାରରେ ସେଥିଲେ ସୁଦକ୍ଷ ପ୍ରଶାସକ, କବି, ଲେଖକ, ତଥା ଜଣେ କଣ୍ଠ ଶିଳ୍ପୀ ମଧ୍ୟ। ଉକ୍ତ ଶୋକ ସଭାରେ କବି ବିଚିତ୍ରାନନ୍ଦ ବେବର୍ତ୍ତା, ଭାଗବତ ପାଢୀ, ହରିମୋହନ ପଟ୍ଟନାୟକ ୟୁ. ଟେକର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇ ଅମ୍ଳାନ ଆତ୍ମା ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।


