ପ୍ରଗତି ମାର୍କିଙ୍ଗ୍ ରେ ପ୍ରଥମ ସ୍ଥାନ ରେ ପୁରୁଷୋତ୍ତମପୁର ଏସଡିପିଓ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପ୍ରଗତି ନାମକ ଏକ ସଫ୍ଟୱେର ପୁଲିସ ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ଓ ଥାନା ର କାର୍ଯ୍ୟ ଶୈଳୀ ଉପରେ ସର୍ଭେ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୨୦୨୩ ବର୍ଷ ପାଇଁ ପ୍ରଗତି ଡାସ ବୋର୍ଡ ତାଲିକା ରେ ଗଞ୍ଜାମ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି।କାର୍ଯ୍ୟଦକ୍ଷତା ରେ ଶତକଡା ୯୨ ରୁ ଉର୍ଦ୍ଧ୍ବ ମାର୍କ ରଖି ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ରାଜ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଯାହାକି ଗଞ୍ଜାମ ଜିଲ୍ଲା ପୁଲିସ ପାଇଁ ଗୈାରବ ଆଣି ଦେଇଛି।ସୂଚନା ପ୍ରକାରେ, ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ(ଏନ୍ ସି ଆର୍ ବି), ଷ୍ଟେଟ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏସ୍ ସି ଆର୍ ବି) ତରଫରୁ ପ୍ରତିବର୍ଷ ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଓ ଥାନା ର କାର୍ଯ୍ୟ ଶୈଳୀ କୁ ପ୍ରଗତି ନାମକ ସଫ୍ଟୱେର ଜରିଆରେ ଅଟୋ ସର୍ଭେ କରି ମାର୍କିଙ୍ଗ କରିଥାଏ। ଏଥିରେ ଗଞ୍ଜାମ ଜିଲ୍ଲାର ଅନେକ ଥାନା ସ୍ଥାନ ପାଇଥିଲେ ମଧ୍ୟ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଥାନା କର୍ମଚାରୀ ଙ୍କ କର୍ତ୍ତବ୍ୟ ନିଷ୍ଠ ଓ ସାହସିକତା ଯୋଗୁଁ ସାରା ରାଜ୍ୟରେ ପ୍ରଗତି ଡାସ ବୋର୍ଡ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରାଥମିକତା ରେ ଲୋକଙ୍କୁ ସେବା ଯୋଗାଇ ଦେବା ଆମର କର୍ତ୍ତବ୍ୟ ବୋଲି