ପ୍ରଚଣ୍ଡ ଖରାତାତି ରେ ଫୁଟୁଛି ଭଞ୍ଜନଗର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସାରା ରାଜ୍ୟରେ ବାତ୍ୟା ଅଫନ ପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ପୁରା ରାଜ୍ୟବାସୀ ଙ୍କୁ ଅସ୍ତବ୍ୟସ୍ତ କରୁଛି। ପ୍ରବଳ ଗ୍ରୀଷ୍ମପ୍ରବାହ ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ବଢିବା ସହ ଦିନ ତମାମ ଗୁଳୁଗୁଳି ଓ ଝାଞ୍ଜିରେ ଜୀବନଜୀବିକା ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଉଛି। ଆଜି ଭଞ୍ଜନଗରରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ସହରରେ ସକାଳ ୮ଟା ରୁ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଜାରି ରହୁଛି।ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ପାଇଁ କଟକଣା ଟିକେ କୋହଳ ହେବା ପରେ ଦୋକାନ ବଜାର ଖୋଲିବା ସହ କାମଧନ୍ଦା ଆରମ୍ଭ ହୋଇଛି। ସକାଳୁ ସକାଳୁ ଗରମ ଗୁଳୁଗୁଳି ସହ ଖରା ଆରମ୍ଭ ହୋଇଯାଉଥିବାରୁ ଦିନ ୧୧ଟା ପରେ ଜନଶୂନ୍ୟ ହୋଇପଡୁଛି ପୁରା ସହର। ଫଳରେ ସହରରେ ଖୋଲିଥିବା ଜୁସ ସରବତ,ମୁର୍ଦୁପାନୀୟ,ଆଖୁରସ ବ୍ୟାପାର ସହ ଅନ୍ୟ ବ୍ୟବସାୟ ମଧ୍ୟ ମାନ୍ଧା ରହୁଥିବା କିଛି ବ୍ୟବସାୟୀ କହିଛନ୍ତି। ସନ୍ଧ୍ୟା ହେଲେ ବହୁ ସଂଖ୍ୟାରେ ଗ୍ରାହକ ପନିପରିବା ଓ ରାସନ କିଣିବାକୁ ବଜାରକୁ ଆସୁଛନ୍ତି । କିନ୍ତୁ ୭ଟା ହେଲେ ଦୋକାନ ବଜାର ବନ୍ଦ ହୋଇଯାଉଥିବାରୁ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅପରପକ୍ଷରେ କୋରନା ପାଇଁ ପ୍ରଶାସନ ବର୍ତ୍ତମାନ ବ୍ୟସ୍ତ ଥିବା ବେଳେ ଖରାଦିନେ ଲୋକଙ୍କ ପାଇଁ ଜଳଛତ୍ର ଓ ପାନୀୟ ଜଳର ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ