ପ୍ରଚଣ୍ଡ ଖରା : ଜଳିଗଲା ବାଇକ୍
ମୋହନା, (ଅଂଶୁମାନ ପଣ୍ଡା) :ପ୍ରଚଣ୍ଡ ଖରାରେ ଜଳିଗଲl ବାଇକ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଛେଳିଗଡ଼ ବଜାରରେ l ଜଣେ ବ୍ୟକ୍ତି ନିଜ ବାଇକ କୁ ରାସ୍ତା ରେ ରଖି ଦୋକାନକୁ ଯାଇଥିବା ବେଳେ ଅଚାନକ ଜଳିଯାଇଥିଲା l ପ୍ରଚଣ୍ଡ ଖରା ଯୋଗୁଁ ବାଇକ୍ ରେ ନିଆ ଲାଗିଥିବା ଅନୁମାନ କରାଯାଉଛି l ସୂଚନା ମୁତାବକ ବୁଧବାର ସକାଳ ପ୍ରାୟ ୧୧ ଟାରେ ନୂଆଗଡ ଗାଁର ଜଣେ ବ୍ୟକ୍ତି ପ୍ରଚଣ୍ଡ ଖରା ଯୋଗୁଁ ଛେଳିଗଡ଼ ମୁଖ୍ୟ ବଜାର ରାସ୍ତା ରେ ନିଜ ପଲ୍ସର୍ ବାଇକ ରଖି ଦୋକାନରେ ବସିଥିଲେ l ଏହି ସମୟରେ ଅଚାନକ ବାଇକଟି ଜଳିଯାଇଥିଲା l ବଜାର ରେ ଥିବା ଲୋକେ ନିଆକୁ ଆୟତ କରିଛନ୍ତି l ତେବେ ବାଇକ ଟି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି l ଗତ କିଛି ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ଅଧିକାଂଶ ସ୍ଥାନରେ ପାରଦ ୪୦ ରୁ ଅଧିକ ରହିଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ନିଁଆ ବର୍ଷା ହେଉଛି l ବାଇକ୍ ଜଳିଯିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l


