ପ୍ରଚାରରେ ଜମୁଛି ଭିଡ଼ ସମର୍ଥକ ଶ୍ରଦ୍ଧା ଏବଂ ସମର୍ଥନ ଶିବଶଙ୍କରଙ୍କ ପ୍ରତି
ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ବିଧାନସଭା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଶିବଶଙ୍କର ଦାସ (ପିଣ୍ଟୁ)ଙ୍କ ନିର୍ବାଚନୀ ପ୍ରଚାର ଜୋର୍ ଧରିବାରେ ଲାଗିଛି । ଚଳିତ ନିର୍ବାଚନରେ ପିଣ୍ଟୁଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାସ ମଧ୍ୟ ତାଙ୍କ ସହ ସାମିଲ ହୋଇ ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସହରର ପ୍ରମୁଖ ଛକ ଗୁଡିକରେ ମାଠିଆ ଚିହ୍ନର ଭୋଟ ଦେବା ପାଇଁ ପ୍ରଚାର କରିଥିବାବେଳେ ହାଉସିଂ ବୋର୍ଡ, ପ୍ରେମ ନଗର ଆଦି ଅଞ୍ଚଳରେ ମହିଳା ସମର୍ଥକଙ୍କ ସହ ମିଶି ମାଠିଆ ଧରି ପ୍ରଚାର କରିଥିଲେ । ଶତାଧିକ ମହିଳା ମୁଣ୍ଡରେ ମାଠିଆ ଧରି ପିଣ୍ଟୁଙ୍କ ସହ ସାହି ସାହି ବୁଲି ଶୋଭାଯାତ୍ରାରେ ବାହାରିଥିଲେ । ପ୍ରେମ ନଗର ମୁଖ୍ୟ ରାସ୍ତା ଯାହାକି ବ୍ରହ୍ମପୁର ସହର ପ୍ରବେଶ ପଥ ହୋଇଥିବା ବେଳେ ଦୈନିକ ଶହ ଶହ ଭାରିଯାନ ଓ ସ୍ଥାନୀୟ ଲୋକେ ଯାତାୟାତ କରିଥାନ୍ତି । ଦୀର୍ଘ ବର୍ଷ ଧରି ରାସ୍ତା ଟି ମରାମତି ହେଉନଥିବା ସହ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା। ଯେଉଁ କାର୍ଯ୍ୟ ଦୁଇରୁ ତିନି ମାସ ମଧ୍ୟରେ ସମାଧାନ ହୋଇଯିବା କଥା ତାହା ଦୀର୍ଘ ବର୍ଷ ଧରି ହେଉନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ନିନ୍ଦା କରିଥିଲେ ଶିବ ଶଙ୍କର ଦାସ । ନିର୍ବାଚନରେ ସେ ବିଜୟ ହେଲେ ଯେକୌଣସି କାର୍ଯ୍ୟ ଏକ ମାସ ମଧ୍ୟରେ ସମାଧାନ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କୁ ଲୋକଙ୍କ ପୂର୍ବ ଭଳି ଭଲପାଇବା ଆଉ ସମର୍ଥନ ରହିଥିବା ଦେଖି ସେ ଖୁସି ଅନୁଭବ କରିବା ସହ ଚଳିତ ନିର୍ବାଚନରେ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ଆଶା ପ୍ରକଟ କରିଛନ୍ତି।