ପ୍ରଚାରରେ ସାମିଲ ହେଲେ ଆଇନଜୀବୀ ଓ ବୁଦ୍ଧିଜିବୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଆଇନଜୀବୀ ଓ ବୁଦ୍ଧିଜିବୀମାନେ ସାମିଲ ହୋଇଥିବା ଦେଖାଯାଇଛି । ଜିଲ୍ଲା ପରିଷଦ ଜୋନ ନମ୍ବର ୨୫ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଦୁର୍ଗାବତୀ ପ୍ରଧାନ ଓ ୨୬ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପାର୍ଥୀ ପ୍ରତାପ ମଲ୍ଲିକଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଆଇନଜୀବୀ ଓ ବୁଦ୍ଧିଜିବୀମାନେ ସାମିଲ ହୋଇ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ରାଜ୍ୟ ବିଜେଡି ଲିଗାଲଫ୍ରଣ୍ଟର କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ପ୍ରଦୀପ୍ତ ଗାହାଣ, ମାନସ ରଞ୍ଜନ ଧଳ, ରଞ୍ଜନ କୁମାର ପଣ୍ଡା, ମାନସ ମହାନ୍ତି, ବ୍ରଜ ସୁନ୍ଦର ରାଉତ, ହାଡିବନ୍ଧୁ ସିଂ, ନିରଞ୍ଜନ ବଳ, ଅରୁଣ ପ୍ରସାଦ ଦାସ, ସୁରେଶ ନାୟକ, ସଞ୍ଜୟ ଲେଙ୍କା, ମାଧବାନନ୍ଦ ପାତ୍ର, ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ପ୍ରଫୁଲ୍ଲ ଦାସ, ରମାକାନ୍ତ କାନୁନଗୋ, ଭାରତୀ ଦଳେଇ, ଅକ୍ଷୟପ୍ରିୟ ଦାସ ପ୍ରମୁଖ ଘର ଘର ବୁଲି ବିଜେଡି ପାର୍ଥୀ ମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ