ପ୍ରଚାରର ଶେଷ ଦିବସରେ ସବୁ ପ୍ରାର୍ଥୀଙ୍କ କସରତ
ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ):ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୨୦ ତାରିଖରେ ଅନୁଷ୍ଠିତ ହେବ । ରବିବାର ଠାରୁ ପ୍ରଚାର ବନ୍ଦ । ଶନିବାର ପ୍ରଚାରର ଶେଷ ଦିବସ ଥିବା ବେଳେ ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ପ୍ରଚାରରେ ନିଜ ନିଜର ବଳ ଦେଖାଇଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ପାଇଁ ହିଞ୍ଜିଳିକାଟୁ ପୌରାଞ୍ଚଳର ଦଳୀୟ କର୍ମୀଙ୍କ ମହଲରେ ବେଶ ଉତ୍ସାହ ପରିଲିକ୍ଷିତ ହୋଇଛି । ପ୍ରଚାରର ଶେଷ ଦିବସ ଶନିବାର ଦିନ ଶତାଧିକ ମହିଳା ଓ ପୁରୁଷ ଦଳୀୟ କର୍ମୀ ମାନେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରଚାର ଗାଡି ସହ ବାଦ୍ୟ ବାଜଣା ସାଥିରେ ଶହ ଶହ ମହିଳା, ତୁଙ୍ଗ ନେତା ଓ ଯୁବ କର୍ମୀ ମାନେ ଆମ ନିର୍ବାଚନ ମଣ୍ଡଳୀ, ଆମ ବିକାଶ ପୁସ୍ତିକାକୁ ଘରେ ଘରେ ବଣ୍ଟନ କରି ନବୀନ ବାବୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ । ସହରର ବିକାଶ ସହ ଦୀର୍ଘ ୨୪ ବର୍ଷ ଧରି ସାଧାରଣ ଜନତାଙ୍କ ସେବାରେ ନିଜକୂ ସମର୍ପିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ହିଞ୍ଜିଳି ଆସନରୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କରାଇବା ସହ ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତରେ ଜିଲ୍ଲା ପରିଷଦ ସଭ୍ୟ, ବହୁ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ତୁଙ୍ଗନେତା ମାନେ ଶତାଧିକ ଦଳୀୟ କର୍ମୀଙ୍କ ସହ ପ୍ରଚାର ଗାଡି ସହ ବାଦ୍ୟ ବାଜଣା ସାଥିରେ ଶହ ଶହ ମହିଳା, ତୁଙ୍ଗ ନେତା ଓ ଯୁବ କର୍ମୀ ମାନେ ଆମ ନିର୍ବାଚନ ମଣ୍ଡଳୀ, ଆମ ବିକାଶ ପୁସ୍ତିକାକୁ ଘରେ ଘରେ ବଣ୍ଟନ କରି ନବୀନ ବାବୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଳକ ଉପାଧ୍ୟକ୍ଷ ସୁନିଳ ଗନ୍ତାୟତ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଡି. ବିଶ୍ୱନାଥ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ,ନିଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢି, ବିଭୁ ପ୍ରସାଦ ପଣ୍ଡା, କିରଣ ପଟ୍ଟନାୟକ, ଏଳା ସୁଦର୍ଶନ, ବି. ଗିତାଞ୍ଜଳି, ପ୍ରିତି ସାହୁ, ସୁଦର୍ଶନ ରାଉତ, କୃଷ୍ଣ ଭଉଳ, ବିକାଶ ସେଠି, ମଦନ ମୋହନ ସେଠି, ରାମହରି ଶର୍ମା, ଜଗବନ୍ଧୁ ସାହୁ, ଜି. ମୋହନ, ତରୁଣ କୁମାର ପଣ୍ଡା, ବସନ୍ତ ବେହେରା, ଶ୍ୟାମଘନ ବେହେରା, ଯୁଧିଷ୍ଟିର ସ୍ୱାଇଁଙ୍କ ସମେତ ଉଭୟ ବ୍ଳକ ଓ ପୌରାଞ୍ଚଳରେ ସହସ୍ରାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
ସେହିପରି ଭାଜପା ପ୍ରାର୍ଥୀ ଶିଶିର ମିଶ୍ର , କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି, ଆମ ଆଦମୀ ପ୍ରାର୍ଥୀ ଭଜରାମ ସାବତ, ଏସୟୁସିଆଇ(କମ୍ୟୁନିଷ୍ଟ) ପ୍ରାର୍ଥୀ ନାରାୟଣ ସାହୁ, ସ୍ୱାଧିନ ପ୍ରାର୍ଥୀ ରାମନାରାୟଣ ବିଶ୍ୱାସରାୟ, ଅକ୍ଷୟ କୁମାର, ସବିତା କୁମାରୀ ସାହୁ ପ୍ରମୁଖ ଦଳୀୟ କର୍ମୀ ମାନଙ୍କୁ ସାଥିରେ ନେଇ ଜୋରଦାର ପ୍ରଚାର କରିବା ସହ ହିଞ୍ଜିଳିକାଟୁ ପୌରାଞ୍ଚଳର ବହୁ ୱାର୍ଡ ଓ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ ବୁଲି ଭୋଟରଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଶେଷ ଦିବସରେ ୩ ପ୍ରମୁଖ ଦଳର ଆସିକା ସାଂସଦ ପ୍ରାର୍ଥୀ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ହିଞ୍ଜିଳିକାଟୁ ଅଞ୍ଚଳରେ ଦେଖିବାକୁ ମିଳିନଥିଲା । ସାଂସଦ ବିଜେଡି ପ୍ରାର୍ଥୀନୀ ରଞ୍ଜିତା ସାହୁ ୩ରୁ ୪ ଥର ହିଞ୍ଜିଳିକାଟୁ ଗସ୍ତରେ ଆସିଥିବା ବେଳେ ବିଜେପି ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀ କେବଳ ଥରେ ମାତ୍ର ହିଞ୍ଜିଳି ଅଞ୍ଚଳରେ ପାଦ ପଡିଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ଦେବକାନ୍ତ ଶର୍ମା କେବଳ ହିଞ୍ଜିଳିକାଟୁ ଅଞ୍ଚଳରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ଦିବସରେ ହିଞ୍ଜିଳି ଅଞ୍ଚଳରେ ଦେଖିବାକୁଚ ମିଳିଥିବା ବେଳେ ଅନ୍ୟ କୌଣସି ସାଂସଦ ପ୍ରାର୍ଥୀଙ୍କ ହିଞ୍ଜିଳି ଅଞ୍ଚଳରେ ଦେଖିବାକୁ ମିଳିନାହିଁ । ପ୍ରକାଶ ଥାଉକି, ହିଞ୍ଜିଳି ବିଧାନସଭା ଆସନ ସକାଶେ ୧୦ ଜଣ ପ୍ରାଥୀ ଓ ଆସିକା ଲୋକସଭା ଆସନ ସକାଶେ ୭ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ରହିଛନ୍ତି ।


