ପ୍ରଚାର ମଇଦାନରେ ବିଜେଡିର କମାଲ : ନିର୍ବାଚନ ପ୍ରଚାର ଗାଡିର ଶୁଭାରମ୍ଭ

 ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଏନଏସିର ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ବିଜେଡି ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ଚେୟାରମ୍ୟାନ ପ୍ରାର୍ଥିନୀ ଓ କାଉନସିଲର ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ନିମନ୍ତେ ଦଳ ପକ୍ଷରୁ ଭୋଟର ମାନଙ୍କୁ ନିବେଦନ କରାଯାଉଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମଙ୍ଗଳବାର ଷ୍ଟାର ପ୍ରଚାରକ ଭାବେ ସାମିଲ ହୋଇ ସମସ୍ତ ପ୍ରାର୍ଥୀ ମାନଙ୍କ ନିମନ୍ତେ ଏନଏସିରେ ମାରାଥନ୍ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଭୋଟର ମାନଙ୍କୁ ଅବଗତ କରାଇଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ହୋଇଥିବାରୁ ଏହାର ବିକାଶ ନିମନ୍ତେ ସଦାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଆଗାମୀ ଦିନରେ ବି ଛତ୍ରପୁର ସହର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ବଜାର ରଖିବେ ବୋଲି ଛତ୍ରପୁର ବିଧାୟକ କହିବା ସହ ସମସ୍ତ ଦଳୀୟ ପ୍ରାର୍ଥୀ ମାନଙ୍କୁ ସହରବାସୀ ଆଶୀର୍ବାଦ କଲେ ସହରର ଉନ୍ନତି ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।  ଏହି ଅବସରରେ ଏନଏସିର 6 ନମ୍ବର ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥିନୀ ମମତା ପାତ୍ର ଅପ୍ରତିଦ୍ୱନ୍ଦିତ ହୋଇଥିବାରୁ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନିର୍ବାଚନୀ କାର୍ଯ୍ୟାଳୟ ସମ୍ମୁଖରେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ଉପସ୍ଥିତିରେ ଦଳୀୟ ପତାକା ଦେଖାଇ ଦୁଇଟି ପ୍ରଚାର ଗାଡିକୁ ଉଦଘାଟନ କରିଥିଲେ । ଏହି ଗାଡି ଏନଏସିର ସମସ୍ତ ଗଳି କନ୍ଦିରେ ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନକଲ୍ୟାଣ ଯୋଜନା ସଂପର୍କରେ ଅବଗତ କରାଇବା ସହ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ପାଇଁ ପ୍ରଚାର କରିବ ବୋଲି ବିଧାୟକ ଶ୍ରୀ ବେହେରା  କହିଛନ୍ତି । ପରେ ଏକ ଖୋଲା ଜିପ୍ ମାଧ୍ୟମରେ ନିଜେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଚେୟାରମ୍ୟାନ ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ସାଙ୍ଗରେ ଧରି ସହରର ସମସ୍ତ ଗଳି କନ୍ଦିରେ ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ଛତ୍ରପୁର ଏନଏସି ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢୀ, ମୁଖ୍ୟ ଉପଦେଷ୍ଠା ବିଜୟ କୃଷ୍ଣ ପଟ୍ଟନାୟକ, ଉପଦେଷ୍ଠା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈ÷ାଧୂରୀ, ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ. ଗୋପାଳ ରାଓ, ଉପସଭାପତି ଅହି ଭୂଷଣ ସାହୁ, କିଶୋର ଚନ୍ଦ୍ର ସେନାପତି,  ସରକାରୀ ଓକିଲ ଭୈ÷ରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, କାଳି ପ୍ରସାଦ ଦାସ, ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡି, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ପୂର୍ବତନ କାଉନସିଲର ରାଜେସ୍ କୁମାର ସାହୁ, ଡମ୍ବୁରୁଧର ସାହୁ, ରବିନ୍ଦ୍ର ସାହୁ, ସନମୁଖ ପଟ୍ଟନାୟକ, ପୂର୍ବତନ ଏନଏସି ଉପାଧ୍ୟକ୍ଷା ପ୍ରଦୋଶ କୁମାର ବେହେରା, ୯ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥିନୀ ପ୍ରିତିଛନ୍ଦା ସାମଲ, ୭ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥିନୀ ଏମ୍. ୱାଣି ସେନାପତି, ୮ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥି କେ. ରମେଶ, ୧୨ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥିନୀ ବି. ନିଶ୍ଚଳା, ୪ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥି ଜି. ପାପା ରାଓଙ୍କ ସମେତ ବହୁ ଦଳୀୟ ପ୍ରାର୍ଥୀ ଏବଂ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ