ପ୍ରଚାର ମଇଦାନ କୁ ଓହ୍ଲାଇଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ରବିବାର ନୟାଗଡ଼ ଗସ୍ତରେ ଆସି ପୁର୍ବାହ୍ନରେ ଏକ ବିଶାଳ କର୍ମୀ ସମାବେଶରେ ଉଦବୋଧନ ଦେଇଛନ୍ତି। ଏହି ନିର୍ବାଚନ ସମାବେଶରେ ହୁଳହୁଳି, କରତାଳିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଉପସ୍ଥିତ କର୍ମୀ, ନେତା ଏବଂ ଜନତା। ନୟାଗଡ଼ ଷ୍ଟାଡିୟମ ହୋଇଥିବା ଏହି ଜନ ସଭାରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ଉପରେ ସାଧାରଣ ଜନତାଙ୍କୁ କହିଥିଲେ। ମିଶନ ଶକ୍ତି, କାଳିଆ ଯୋଜନା ଏବଂ ସରକାରଙ୍କର ବିଭିନ୍ନ ଯୋଜନାର ଉପଲବ୍ଧି ବଖାଣିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ନବୀନ ପଟ୍ଟନାୟକ।