ପ୍ରଚାର ରେ ବିଜେଡ଼ି ଆଗୁଆ : ସମ୍ମାନ ବଞ୍ଚେଇବାକୁ ବିଜେପି ଓ କଂଗ୍ରେସ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ ସାହୁ) :-ହିଞ୍ଜିଳି ବ୍ଲକ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କ ଗଡ଼ । ଏଠାରେ ସବୁକିଛି ସମ୍ଭବ ହୋଇପାରେ । ଏହି ପରିପେକ୍ଷୀରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ମାନ ର ପ୍ରଶ୍ନ ହୋଇଥିବାବେଳେ ଦିନକୁଦିନ ପ୍ରସାର ଓ ପ୍ରଚାରରେ ଶାସକଦଳ ବିଜେଡ଼ି ଅଗୁଆ ରହିଥିବା ଦେଖିବାକୁ ମିଳିଛି । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ସମୁଦାୟ ୪୩୧ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଗ୍ରାମାଞ୍ଚଳରେ ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏହିପରି ଭାବେ ସରପଞ୍ଚ ପଦବୀ ପାଇଁ ୨୧ ଗୋଟି ଗ୍ରାମପଞ୍ଚାୟତ ରେ ୬୨ ଜଣ ପ୍ରାର୍ଥୀ ଛିଡ଼ା ହୋଇଥିବାବେଳେ ୪ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଏବଂ ସମିତି ସଭ୍ୟ ପାଇଁ ୪୧ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ଠିଆ ହୋଇଥିବାବେଳେ ସେଥିମଧ୍ୟରୁ ୮ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ ହୋଇଥିବା ହିଞ୍ଜିଳି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ସୂଚନା ହସ୍ତଗତ ହୋଇଛି । ଅପରପକ୍ଷରେ ଜିଲ୍ଲାପରିଷଦ ଜୋନ୍ ୬୭,୬୮,୬୯ ସମ୍ପୂର୍ଣ୍ଣ ପ୍ରତିଦ୍ୱନ୍ଦିତା ହେଉଛି। ଜିଲ୍ଲାପରିଷଦ ଜୋନ୍ ୬୭ ରେ ବିଜୁ ଜନତା ଦଳ ତରଫରୁ ବି.ଗୀତାଞ୍ଜଳି ,ଭାରତୀୟ ଜନତା ପାର୍ଟି ତରଫରୁ ଏନ୍. ସୁଦେସ୍ନା ଓ କଂଗ୍ରେସ ଦଳ ତରଫରୁ ଭାରତୀ ଗୌଡ଼ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୬୮ ନଂ ଜୋନରେ ଜଣାଶୁଣା ପ୍ରାର୍ଥୀ ବିଜେଡ଼ି ରୁ ଏ.ସୁଦର୍ଶନ ,ବିଜେପି ରୁ ରଜନୀ ପାଢ଼ୀ ଓ କଂଗ୍ରେସ ରୁ ସଞ୍ଜୟ ସ୍ୱାଇଁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୬୯ ଜୋନ୍ ପାଇଁ ବିଜେଡ଼ି ଦଳ ତରଫରୁ ପ୍ରୀତି ସାହୁ ,ବିଜେପି ତରଫରୁ ୟୁ.ବାସନ୍ତୀ ଓ କଂଗ୍ରେସ ଦଳ ତରଫରୁ ଧରିତ୍ରୀ ପୁରୋହିତ ପ୍ରତିଦ୍ୱନ୍ଦିତା କରୁଥିବାର ସୂଚନା ମିଳିଛି । ବର୍ତ୍ତମାନର ପରିସ୍ଥିତିରେ ବିଜେଡ଼ି ବିଜୟୀ ର ଆଗୁଆ ଦଳ ଭାବେ ପ୍ରଚାର ଯାତ୍ରା ଚଳାଥିବା ବେଳେ ଭାରତୀୟ ଜନତା ପାର୍ଟି ଏବଂ ଜାତୀୟ କଂଗ୍ରସ ଦ୍ୱିତୀୟ ସ୍ଥାନରେ ହେବପାଇଁ ଓ ନିଜର ସମ୍ମାନ ବଞ୍ଚେଇବାପାଇଁ ଚେଷ୍ଟା ଜାରି ରଖିଥିବା ଜନସାଧାରଣଙ୍କ ଆଭିମୁଖ୍ୟରୁ ପ୍ରକାଶ । ସାଧାରଣ ଚର୍ଚ୍ଚାରେ ବିଜେପି ନିଜ ଆତ୍ମସମ୍ମାନ ଓ ଅମାନତ ରଖିବାପାଇଁ ଚେଷ୍ଟା ଚଳାଇଥିବା ବେଳେ ବିଗତ ଦିନରେ ଜାତୀୟ କଂଗ୍ରେସ ଦଳର ଲୋକସମ୍ପର୍କ ଦୂରତା ଓ ବହୁସମୟ ର ନୀରବତା ଏବଂ ବିଳମ୍ବିତ କାର୍ଯ୍ୟ ପାଇଁ ନିଜର ଅମାନତ ଜନିତ ସମ୍ମାନ ଯାଇପାରେ ବୋଲି ଆଲୋଚନା ହେଉଛି। ଚଳିତ ସ୍ଥିତିରେ ପ୍ରସାନିକ ଦଳ ବିଜେଡ଼ି ଆଗୁଆ ସହଜ ବିଜୟ ସ୍ୱାଦର ଅପେକ୍ଷାରେ ଥିବାବେଳେ ଚଳିତ ମାସର ଗତ କିଛିଦିନ ତଳେ ବିଜେପି କାର୍ଯ୍ୟାଳୟରେ ହୋଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଚପା ଅସନ୍ତୋଷ ନିର୍ବାଚନୀ ସଙ୍ଘର୍ଷକୁ ଦୁର୍ବଳ କରିଦେଇପାରେ । ଆଞ୍ଚଳିକ ବୁଦ୍ଧିଜୀବୀ ଓ ସାଧାରଣଙ୍କ ଆଲୋଚନା ପ୍ରକାରେ ଏହି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ଓ ତୃତୀୟ ଆସନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାର ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ