ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ବାର୍ଷିକ ସମ୍ମିଳନୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ, ପୋଲସରା ଶାଖାର ବାର୍ଷିକ ସମ୍ମିଳନୀ ପୋଲସରା ସ୍ଥିତ ଓଁ ଶାନ୍ତି ଭବନରେ ନଭେମ୍ବର ୦୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ସମ୍ମିଳନୀକୁ ଗୁଜରାଟର ବିନୋଦ ଭାଇ, ପୋଲସରା ଶାଖା ମୁଖ୍ୟ ରିତା ଭଉଣୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଗୁଜରାଟ ସଂଗଠନର କର୍ମକର୍ତ୍ତା ବିନୋଦ ଭାଇ, ପୋଲସରା ଶାଖା ମୁଖ୍ୟ ସଞ୍ଚାଳିକ ରିତା ଭଉଣୀ, ବିଧାୟକ ଶ୍ରୀକାନ୍ତ ଭାଇ, ଜଟଣୀ ଶାଖାର ଅଶୋକ ଭାଇ, ବଳରାମ ଭାଇ ଓ ଅନ୍ୟମାନେ ଉପସ୍ଥିତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଶାନ୍ତିରେ ଜୀବନଯାପନ କରିବା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ବାଣୀ ପ୍ରଦାନ କରିଥିଲେ। ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥାର ବାର୍ଷିକ ସମ୍ମିଳନୀରେ ବହୁ ସଂଖ୍ୟକ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ ।