ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ତ୍ରିମୂର୍ତ୍ତୀ ଶିବଜୟନ୍ତୀ ପାଳିତ

ଆସିକା, (ୱାଇଏନ୍‍ଏସ୍‍):ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ୮୯ତମ ତ୍ରିମୂର୍ତ୍ତୀ ଶିବଜୟନ୍ତୀ ଉତ୍ସବ ଆସିକା ଶାନ୍ତିଶକ୍ତି ଭବନର ସଞ୍ଚାଳିକ ବ୍ରହ୍ମାକୁମାରୀ ରାଜଯୋଗିନୀ ପ୍ରଭାତୀ ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସମବାୟ ଚିନିଶିଳ୍ପ ଲିଃର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଆସିକା ଓକିଲ ସଂଘର ସଭାପତି ସୁଧାଂଶୁ କୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ଆଧ୍ୟାତ୍ମିକପ୍ରେମୀ ପ୍ରିୟଲତା ପଣ୍ଡା ପ୍ରମୁଖ ଯୋଗ ଦେଇ ପରମାତ୍ମା ଶିବଙ୍କ ଧରାପୃଷ୍ଠରେ ଅବତରଣର ଆଧ୍ୟାତ୍ମିକ ରହସ୍ୟ ଉପରେ ଗୁରୁତ୍ୱାରୋପ କରି ସଂସାରର ସମସ୍ତ ଲୋଭ ଓ ମାୟାକୁ ପରିତ୍ୟାଗ ପୂର୍ବକ ନିଜର ଜୀବନକୁ ମାନବ ସେବାରେ ଉତ୍ସର୍ଗୀକୃତ କରୁଥିବା ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ମାନଙ୍କ ବହୁବିଧ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ । ଆସିକା ବ୍ରହ୍ମାକୁମାରୀ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତି ଶକ୍ତି ଭବନ ପକ୍ଷରୁ ୮୯ତମ ତ୍ରିମୂର୍ତ୍ତୀ ଶିବଜୟନ୍ତୀ କାର୍ଯ୍ୟକ୍ରମ ପାଳନ ଅବସରରେ ଶାନ୍ତିଶକ୍ତି ଭବନ ପରିସରରେ ଶିବଧ୍ୱଜା ଉତ୍ତୋଳନ କରାଯିବା ସହ ଶବ ଅବତରଣର ଆଧ୍ୟାତ୍ମିକ ରହସ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସାଙ୍ଗକୁ ଯୋଗ ତପସ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପରିସରରେ ୮୯ ତମ ତ୍ରିମୂର୍ତ୍ତି ଶିବଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଶତାଧୀକ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ଭାଇଭଉଣୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଂଚାୟତ୍ରୀ, ଲୋଚନ, ନିରଂଜନ, ବସନ୍ତ, ଯୋଗୀ, ରାଧାଶ୍ୟାମ, ମଙ୍ଗୁଳୁ, ରାମେଶ୍ୱର, ବଳରାମ, ଚରଣ, କାହ୍ନୁ, ବନମାଳୀ, ରୋହିତ, ସଚ୍ଚିନ୍‍, ସୁନିଲ୍‍, ବ୍ରହ୍ମାକୁମାରୀ ନିଳୀମା, ସୁଜ୍ଞାନୀ, ମମତା, ରାଧାଶ୍ୟାମ, ଜ୍ୟୋତି, ସୁମିତ୍ରା, ଝରଣା, ଧରଣୀ, ନିଶି, କସ୍ତୁରୀ, ନର୍ମଦା, ଆସିନା ପ୍ରମୁଖ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ