ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ। ଏହି ଅବସରରେ ଛତ୍ରପୁର ସହରର ଘରେ ଘରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ଭଉଣୀ ମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇ ର ସୁଖ ମନାସିଛନ୍ତି । ପ୍ରତି ବଦଳରେ ଭାଇ ମଧ୍ୟ ଭଉଣୀ କୁ ପ୍ରତି ମୁହୁର୍ତ୍ତରେ ସୁରକ୍ଷା ଦେବାର ପ୍ରତିଶୃତି ଦେଇଥାଏ । ଏଥିଲାଗି ସାରା ସହର ଆଜି ଚଳ ଚଂଚଳ ହୋଇ ପଡିଥିବା ବେଳେ ଛତ୍ରପୁର ସହରରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ନିଆରା ଢଙ୍ଗରେ ବହୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଭେଟି ଶାଖା ସଂଚାଳିକା ବିଜୟଲକ୍ଷ୍ମୀଙ୍କ ସମେତ ଅନ୍ୟାନ୍ୟ ଭଉଣୀ ମାନେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ବ୍ରିଜେସ୍ କୁମାର ରଏ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଛତ୍ରପୁର ପ୍ରେସ କ୍ଲବ ର ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ସମେତ ବିଭୀନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ