ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଚେତନ ଲୀଳା ଅଭିନୀତ କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ର ଶେଷ ଦିନ ତଥା ରବିବାର ସନ୍ଧ୍ୟାରେ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ପୌରପାଳିକା ର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ କାଉନସିଲର ଦେବାଶିଷ ମିଶ୍ର, ଡି.ଇନ୍ଦୁ,ବି ନିଶ୍ଚଳା ଓ ଅରୁନ୍ଧତୀ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ ବ୍ରହ୍ମା କୁମାରୀ ସଂସ୍ଥାନର ସକ୍ରୀୟ ସର୍ବଧର୍ମ ଙ୍କ ପିତା ପରମାତ୍ମା ଶିବଙ୍କ ବିଭିନ୍ନ ରୂପରେ ଜୀବନ୍ତ ରହିଥିବା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ମୂର୍ତ୍ତି ରୂପରେ କଳା ପ୍ରଦର୍ଶନ କରିଥିଲେ । ଆଶ୍ରମ ସଞ୍ଚାଳିକା ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ-ନେତୃତ୍ୱ ନେଇଥିବା ବେଳେ ସମସ୍ତ ଭାଇ ଓ ଭଉଣୀମାନେ ଉପସ୍ଥିତ ରହିବା ସାଙ୍ଗକୁ ବି.କେ. ଦିପା ଭଉଣୀ , ବି.କେ. ରଜନୀ କାନ୍ତ ଭାଇ, ବି.କେ. ଭାଗ୍ୟ ଭଉଣୀ, ବି.କେ ପିଙ୍କି ଭଉଣୀ , ବି.କେ ମାମାଲି ଭଉଣୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।