ପ୍ରଣବ ଏଜୁକେଶନାଲ୍ ଟ୍ରଷ୍ଟ ଆସିକାର ଅଭିନବ ପ୍ରୟାସ ହସ୍ତଲିଖନ ହନୁମାନ ଚାଳିଶାର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଅଞ୍ଚଳର ଅନ୍ୟତମ ତଥା ଅଗ୍ରଣୀ ସାମାଜିକ ଓ ଶିକ୍ଷାନୁଷ୍ଠାନ ପ୍ରଣବ ଏଜୁକେଶନାଲ୍ ଟ୍ରଷ୍ଟ ପକ୍ଷରୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ସାଙ୍ଗକୁ ଚାପମୁକ୍ତ ଶିକ୍ଷା ପ୍ରଦାନ ଓ ସ୍ମୃôତିଶକ୍ତି ଜାଗ୍ରତ କରିବା ସହ ଛାତ୍ରଛାତ୍ରୀଙ୍କ ମଙ୍ଗଳ ଓ ଜଗତ କଲ୍ୟାଣ ଲକ୍ଷ୍ୟରେ ସଂସ୍ଥାର ପ୍ରତିଷ୍ଠାତା କୃପିସିଦ୍ଧି ଓ ଧ୍ୟାନସିଦ୍ଧି ଆଧ୍ୟାତ୍ମିକପ୍ରେମୀ ପ୍ରଣବ କୁମାର ରଥଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ସାରା ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଲେଖି ପଠାଇଥିବା ୨ ଲକ୍ଷ ୨୫ ହଜାର ହନୁମାନ ଚାଳିଶାକୁ ବୁଧବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଭେଟନଇ-ସନ୍ଧିନୁଆଁପଲ୍ଲୀ ଗ୍ରାମ ସ୍ଥିତ ଆସିକାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମମ୍ ସ୍କୁଲି ଅଫ୍ ଏକ୍ସିଲେନ୍ସିର ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ଓ ଆଧ୍ୟାତ୍ମିକପ୍ରେମୀ ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ଏହି ୨ ଲକ୍ଷ ୨୫ ହଜାର ହନୁମାନ ଚାଳିଶା ହସ୍ତଲିଖନର ଶୁଭ ଉନ୍ମୋଚନ କରିବା ସାଙ୍ଗକୁ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ମନୁଷ୍ୟ ସମାଜର ଉନ୍ନତି ଯଥେଷ୍ଟ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଣବ ଏଜୁକେଶନାଲ୍ ଟ୍ରଷ୍ଟ ଆସିକାର ଅଭିନବ ପ୍ରୟାସ ସ୍ୱରୂପ ୨ ଲକ୍ଷ ୨୫ ହଜାର ହସ୍ତଲଖନ ହନୁମାନ ଚାଳିଶାର ଶୁଭ ଉନ୍ମୋଚନ ଅବସରରେ ୧୦୦୮ ଥର ଗୁରୁ ଗାୟତ୍ରୀ ମନ୍ତ୍ର ପାଠ, ୧୦୮ ଥର ବେଦପାଠ ଓ ଶ୍ରୀ ଗାୟତ୍ରୀ ପାଠ, ହନୁମାନ ଚାଳିଶା ପାଠ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ପ୍ରଣବ ଏଜୁକେଶନାଲ୍ ଟ୍ରଷ୍ଟ ଆସିକା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଗଂଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁ ଭକ୍ତ, ଆଧ୍ୟାତ୍ମିକପ୍ରେମୀ, ସଚେତନ ନାଗରିକ ଯୋଗଦେଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ହସ୍ତରେ ଲିଖନ ହୋଇ ସଂଗୃହିତ ହୋଇଥିବା ହନୁମାନ ଚାଳିଶା ସ୍ଥଳ ପରିକ୍ରମା କରିବା ସାଙ୍ଗକୁ ସଙ୍କଟ ମୋଚନ ହନୁମାନଙ୍କ ଫଟୋଚିତ୍ରରେ ପୁଷ୍କମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚ୍ଚନା କରି ଅଶେଷ କୃପା ଲାଭ କରିଥିଲେ । ପ୍ରଣବ ଏଜୁକେସନାଲ୍ ଟ୍ରଷ୍ଟ ଆସିକାର ଏହି ମହତ୍ ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିଲା ବେଳେ ଆସିକା ଅଞ୍ଚଳକୁ ସାରା ବିଶ୍ୱରେ ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃôଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିଛି ବୋଲି ମତ ପ୍ରକାଶ ପାଉଛି । ପ୍ରଣବ ଏଜୁକେଶନାଲ୍ ଟ୍ରଷ୍ଟ ଆସିକା ପକ୍ଷରୁ ଅନୁଷ୍ଠିତ ହୋଇଥିବା ୨ ଲକ୍ଷ ୨୫ ହଜାର ହସ୍ତଲିଖନ ହନୁମାନ ଚାଳିଶାର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସଂସ୍ଥାର ସଂପାଦକ ଜେ.ରବିନ୍ଦ୍ର ନାଥ ପାତ୍ର, ଆଧ୍ୟାତ୍ମିକପ୍ରେମୀ ଧିରେନ୍ କୁମାର ପଣ୍ଡା, ସୁଶ୍ରୀ ପ୍ରତିମା କୁମାରୀ ପାତ୍ର, ବିଭୁତି ଭୁଷଣ ପାଣିଗ୍ରାହୀ, ସନ୍ତୋଷ ଦାଶ, ଏରେନା ପାତ୍ର, ସତ୍ୟନାରାୟଣ ସାହୁ, ଜଗନ୍ନାଥ ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ରାୟଗୁରୁ, ଯଜ୍ଞ ନାରାୟଣ ନାୟକ, ସୁରଜ କୁମାର ମିଶ୍ର, ବ୍ରହ୍ମାନନ୍ଦ ନାୟକ, ସୁନିଲ୍ କୁମାର ଗୌଡ, କିରଣ କୁମାର ପାଢୀ, ବିଜୟ କୁମାର ଜେନା, ଭବକୃଷ୍ଣ ମହାନ୍ତି, ସଚ୍ଚିଦାନନ୍ଦ ମହାନ୍ତି, ଦୁର୍ଗାପ୍ରସାଦ ପଣ୍ଡା, ଅନୋଜ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


