ପ୍ରଣବ ଦା ଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ

(ଯୁଗାବ୍ଦ ନ୍ୟୁଜ)ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କୁ ରାଷ୍ଟ୍ରପତି ଭବନରେ ଭାରତ ର ସର୍ବୋଚ୍ଚ ନାଗର୍ିକ ସମ୍ମାନ ଭାରତ ରତ୍ନ ରେ ଭୂଷିତ କରାଯିବ । ତାଙ୍କା ସହିତ ସମାଜ ସେବୀ ନାନାଜୀ ଦେଶମୁଖ ଓ ପ୍ରସିଦ୍ଧ ସଙ୍ଗୀତ କାର ଭୂପେନ ହଜାରୀକା ଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଭାରତ ର ପ୍ରଥମ ନାଗରିକ ହୋଇଥିଲେ । ରାଜନୀତି ମହଲରେ ପ୍ରଣବ ଦା ଭାବେ ପରିଚିତ ଏହି ଭେଟରାନ ନେତା ୟୁପିଏ ସରକାର ଅମଳରେ ଅର୍ଥ ,ପ୍ରତିରକ୍ଷା , ବୈଦେଶିକ ପରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ର ବିଭାଗ ସମ୍ଭାଳି ଥିଲେ । ଭାରତ ରତ୍ନ ପାଇଁ ପ୍ରଣବ ଙ୍କ ନାଁ ଘୋଷଣା ପରେ ନିଜର ପ୍ରଥମ ପ୍ରତିକ୍ରିୟା ରେ କହିଥିଲେ ମୁଁ ଭାରତର ଜନତା ଙ୍କ ପ୍ରତି କୃତଜ୍ଞତା ର ସହ ଏହି ମହାନ ସମ୍ମାନ ଭାରତ ରତ୍ନ କୁ ବିନମ୍ରତା ର ସହ ସ୍ୱୀକାର କରୁଛି । ଦେଶର ସବୁଠାରୁ କମ ୪୭ ବୟସରେ ଦେଶର ଅର୍ଥମନ୍ତ୍ରୀ ହେବାର ସୈଭାଗ୍ୟ ଅର୍ଜନ କରିଥିଲେ । ଏହା ସହିତ ୨୦୦୪ ରୁ ସେ ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ପ୍ରତିରକ୍ଷା ଅର୍ଥମନ୍ତ୍ରାଳୟ ସମ୍ଭାଳି ଥିଲେ । ଗତ ବର୍ଷ ନାଗପୁରର ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ କିଛି ବ୍ୟକ୍ତି ତାଙ୍କୁ ସମାଲୋଚନା କରିଥିଲେ । ପ୍ରଣବ ଙ୍କ ଜନ୍ମ ପଶ୍ଚିମବଙ୍ଗ ବୀର ଭୂମି ଜିଲ୍ଲା ର ଏକ ଛୋଟ ବ୍ରାହ୍ମଣ ପରିବାରରେ ୧୯୩୫ ମସିହା ଡିସେମ୍ବର ୧୧ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କାମଦା କିଙ୍କର ମୁଖାର୍ଜୀ ସ୍ୱାଧିନତା ପାଇଁ ଲଢେଇ କରି ୧୦ ବର୍ଷ ଜେଲ ଦଣ୍ଡ ଭୋଗୀଥିଲେ । ପ୍ରଣବ ଦେଶର ଜଣେ ବରିଷ୍ଠ ରାଜନେତା ସାଙ୍ଗ କୁ ନିଜର ଶାନ୍ତ ସ୍ୱଭାବ ପାଇଁ ରାଜନୈତିକ ମହଲରେ ପରିଚିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ