ପ୍ରତାପଗିରି ଶ୍ରୀଜଗନ୍ନାଥ ମନ୍ଦିରରୁ ପରିକ୍ରମଣ ଶୁଭାରମ୍ଭ କଲା ଅର୍ପଣ ରଥ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ ) : ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବ ଆୟୋଜନ ରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ଅଂଶୀଦାର କରିବାର ଲକ୍ଷ୍ୟନେଇ ଶ୍ରୀଜଗନ୍ନାଥ ଅର୍ପଣ ରଥ ଶନିବାର ଠାରୁ ସମଗ୍ର ଓଡ଼ିଶାର ଗାଁ ରୁ ସହର ଯାଏଁପରିକ୍ରମାକରୁଛିଏହିପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ପୁରାତନ ସାନଖେମୁଣ୍ଡି ର ପ୍ରସିଦ୍ଧ ପ୍ରତାପଗିରି ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞା ମାଳ ସହ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଅଞ୍ଚଳରେ ପରିଭ୍ରମଣ ଶୁଭାରମ୍ଭ କରି ବ୍ଳକକାର୍ଯ୍ୟାଳୟରେପହଞ୍ଚିଛିଆୟୋଜିତ ଏହି ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିଭ୍ରମଣ ଶୁଭ ମୁହୂର୍ତରେ ପ୍ରତାପଗିରି ମନ୍ଦିର ମୁଖ୍ୟ ପୂଜକଙ୍କ ସହ ପରିଚାଳନା କମିଟି ବୃନ୍ଦ ଉପସ୍ଥିତ ରହି ଆଜ୍ଞା ମାଳ ପ୍ରଦାନରେ ସହଯୋଗ କରିଥିଲା ବେଳେ ସମିତି ଅଧକ୍ଷ ସିମାଞ୍ଚଳ ପାତ୍ର , ଜିଲ୍ଲା ପରିଷଦ ସଭ୍ୟ ଏହି ଜଗନ୍ନାଥ ଅର୍ପଣ ରଥ ପରିକ୍ରମନ କରିବା ଧାର୍ଯ୍ୟ ହୋଇଛି l ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ୱାର୍ଡର ପ୍ରତେକ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଜାନୁଆରୀ ୧୭ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯିବ l ଆଜି ଏହି ଶ୍ରୀଜଗନ୍ନାଥ ଅର୍ପଣ ରଥ ସାନଖେମୁଣ୍ଡି ଜନସାଧାରଣଙ୍କ ପକ୍ଷରୁ ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, ହରିବୋଲ ଓ ହୁଳହୁଳି , ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରାଯାଇ ରଥର ଶୁଭାରମ୍ଭ କରାଯାଇଛି l ଜଗନ୍ନାଥ ସଂସ୍କୃତି ଓ ଚେତନାର ଜାଗରଣ ସୃଷ୍ଟି କରିବା। ଆଜି ରଥ ପରିକ୍ରମଣ ବେଳେ ୱାର୍ଡ ବାସିନ୍ଦା ସମୂହ ସମବେତ ଭାବେ ଅର୍ପଣ ରଥକୁ ପୁଷ୍ପ ଧୂପଦୀପ ଦେଇ ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷା ରିଙ୍କି ନାହାକ,ଟୁକୁନା ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟଅମିନପ୍ରଧାନ,ରାଜୀବ ପାତ୍ର, ସୁଲତାରାଣୀ ସ୍ବାଇଁ,ବିଜୟ ପ୍ରଧାନ,ଙ୍କସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ପରିକ୍ରମା ରଥ କୁ ସମ୍ବର୍ଦ୍ଧିତ କରିଥିଲେ। ଜଗନ୍ନାଥ ଅର୍ପଣ ରଥ ସାନଖେମୁଣ୍ଡି ବ୍ଲକ ର ୨୬ ଟି ପଞ୍ଚାୟତ ୧୬ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ ବୋଲି ବିଡିଓ ଜୀତେନ୍ଦ୍ର କୁମାର ମିଶ୍ର ଏନେଇ ସମସ୍ତଜିଲ୍ଲାପରିଷଦ,ସରପଞ୍ଚ ,ସମିତି ସଭ୍ୟ ଙ୍କୁ ନେଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକ ରେ ଅବଗତ କରାଇଛନ୍ତି।