ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆରୋଗ୍ୟ କାମନା କରି ବିଜେପି କର୍ମୀଙ୍କ ପୂଜାର୍ଚ୍ଚନା
ବାଲେଶ୍ୱର, (ସରୋଜ ପଣ୍ଡା) : ସାଂସଦ ତଥା ପୁର୍ବତ୍ତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ଼ ସଂକ୍ରମିତ ହୋଇ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଦୃତ ଆରୋଗ୍ୟ କାମନା କରି ରାଜ୍ୟ ମହିଳା ନେତ୍ରୀ ସୁଷମା ବିଶ୍ଵାଳ, ନଗର ମହିଳା ସଭାନେତ୍ରୀ ସୁସ୍ମିତା ପଣ୍ଡା, ଜିଲ୍ଲା ସମ୍ପାଦିକା ସସ୍ମିତା ଚାନ୍ଦ, ତରୁଲତା ଦାସ, ଶ୍ରୀମତୀ ବିଶ୍ଵାଳ, କଳ୍ପଲତା, ଅବନ୍ତି, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ପ୍ରବାଳ ସିହ୍ନା, ବିରେନ୍ଦ୍ର ବିଶ୍ଵାଳ ଓ ବାବୁଲା ଭାଇ ପ୍ରମୁଖ ଝାଡେଶ୍ବର ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରି ସାଂସଦଙ୍କ ନିରୋଗ ଓ ଦୀର୍ଘାୟୁ କାମନା କରି ଦୀପଦାନ କରିଥିଲେ.