ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା) :ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ବାଲେଶ୍ଵର କାର୍ଯ୍ଯକ୍ରମ ଓ ସାଂସଦଙ୍କ ଦ୍ଵାରା ବିଗତ ଦିନରେ କରାଯାଇଥିବା ଉନ୍ନୟନ ମୁଳକ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ମାନନୀୟ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବଜୀ ଦୁଇଦିନିଆ ଗସ୍ତରେ ବାଲେଶ୍ଵର ଆସୁଛନ୍ତି, ୧୩-୦୧-୨୪ ସକାଳ ୯ଟା ସମୟରେ ରେମୁଣା ଗୋପୀନାଥ ମନ୍ଦିରରେ ଦର୍ଶନ କରି ନିକଟସ୍ଥ ହନୁମାନ କଲ୍ୟାଣ ମଣ୍ଡପରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଏହାପରେ ଦିନ ୧୨ ଟା ସମୟରେ ଗୋପୀନାଥପୁର ରେଳଷ୍ଟେସନରେ ଟ୍ରେନ ଶୁଭାରମ୍ଭ କରି ପହଞ୍ଚି ଅଞ୍ଚଳବାସୀଙ୍କ ବହୁଦିନର ସ୍ବପ୍ନକୁ ସାକାର କରିବେ। ପ୍ରଥମ ପର୍ଯ୍ୟାୟର ଦିନକୁ ତିନିଥର ନିଳଗିରି ଗୋପିନାଥପୁର ରୁ ବାଲେଶ୍ଵର ମଧ୍ଯରେ ଟ୍ରେନ ଯାତାୟତ କରିବ ଓ ପରବର୍ତ୍ତୀ ସମୟରେ ହାଓଡ଼ା ଏବଂ ଭୁବନେଶ୍ବର/ପୁରୀ ପାଇଁ ବ୍ୟବସ୍ଥା କରାଯିବ ବୋଲିି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି। ଏହାପରେ କେନ୍ଦ୍ରମନ୍ତ୍ରୀ ବଡ଼ସାହି ନିର୍ବାଚନ ମଣ୍ଡଳୀ ମନ୍ତାପାଳରେ ଅତ୍ୟାଧୁନିକ ଟେଲିକମ୍ ଟାଓ୍ବାର ଉଦଘାଟନ ଓ ବେତନଟୀ ରେଳଷ୍ଟେସନ ନିକଟରେ ଅଣ୍ଡର ପାସର ଶିଳାନ୍ୟାସ କରିବେ। ଏହାସହିତ ସାଂସଦ ମହୋଦୟ ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳରେ କରିଥିବା ୨୪ ଟି ଉଲ୍ଲେଖନୀୟ କାର୍ଯ୍ୟର ସୂଚନା ଦେଇଥିଲେ
ମାନ୍ୟବର ବାଲେଶ୍ୱର ସାଂସଦଙ୍କ ପ୍ରଚେଷ୍ଟାରେ ରାସଗୋବିନ୍ଦପୁର, ଏୟାରଷ୍ଟ୍ରିପର ପୁନଃରୁଦ୍ଧାର ପାଇଁ କେନ୍ଦ୍ରସରକାର ୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଶେରଗଡ଼ -ନୀଳଗିରି -ଝରଣାଘାଟି ରାସ୍ତା କୁ ୪ ଲେନ ବିଶିଷ୍ଟ ରାସ୍ତା କରିବା ପାଈଁ ମାନ୍ୟବର କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅନୁମୋଦନ କ୍ରମେ ୧୨୫ କୋଟି ଟଙ୍କା ମଞ୍ଜୁର କରାଯାଇ ଶୁଭ ଶିଳାନ୍ୟାସ ହୋଇଅଛି.. ଯାହା ଏବେ ଦ୍ରୁତ ଗତିରେ କାମ ଚାଲିଛି, ନୀଳଗିରିରେ ଜନସଧାରଣଙ୍କ ୭୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି.ନୀଳଗିରି ଗୋପୀନାଥପୁର ଠାରେ ମାନ୍ୟବର ରେଳ ମନ୍ତ୍ରୀଙ୍କ ସହଯୋଗ କ୍ରମେ ..ଭବ୍ୟ ଷ୍ଟେସନ, ରେମୁଣା ର ସୁତେଇ ବଡ଼ଗଁl ଠାରେ ଏକ ଷ୍ଟେସନ ଓ ଯାତ୍ରୀବାହୀ ଟ୍ରେନ ଚାଲିବାର ବ୍ୟବସ୍ଥା ହୋଇଛି lନୀଳଗିରିରେ ଶ୍ରମିକ ମାନଙ୍କ ରୋଜଗାର ପାଈଁ ସ୍ଲିପର ଫ୍ୟାକ୍ଟ୍ରି ଯାହା ୧୩ ବର୍ଷ ଧରି ବନ୍ଦ ପଡିଥିଲା ତାହା ଏବେ ପୁନଃ କାର୍ଯ୍ୟକ୍ଷମ ହୋଇ ଅଛିlମାନ୍ୟବର ରେଳମନ୍ତ୍ରୀ ଙ୍କ ସହଯୋଗ ଦ୍ୱାରା ଜଳେଶ୍ୱରରୁ ପୁରୀ ନୂଆ ମେମୁ ଟ୍ରେନ ଚାଲିବା ସମ୍ଭବପର ହୋଇପାରିଛି। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ପରିସରରେ ଏକ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଅଛି. ଯାହା ବାଲେଶ୍ୱର,ମୟୁରଭଞ୍ଜ,ଭଦ୍ରକ ୩ ଟି ଜିଲ୍ଲାକୁ ଅକ୍ସିଜେନ ଯୋଗାଉଛି l ବାଲେଶ୍ୱର ରେଳଷ୍ଟେସନକୁ ଅତ୍ୟାଧୁନିକ ରେଳ ଷ୍ଟେସନ କରିବା ପାଈଁ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁମୋଦନ କ୍ରମେ ୩୦୦ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟବସ୍ଥା କରାଯାଇ ଶୁଭ ଶିଳାନ୍ୟାସ ହୋଇ କାମ ଆରମ୍ଭ ହୋଇଅଛି.ଏହା ସହିତ ବାଲେଶ୍ୱର ରେଳ ଷ୍ଟେସନରେ ଯାତ୍ରୀ ମାନଙ୍କ ସୁବିଧା ପାଈଁ ୨ ଟି ଲିଫ୍ଟ ଲାଗିବା ସହିତ ବୟସ୍କ ନାଗରିକଙ୍କ ପାଈଁ ବ୍ୟବସ୍ଥା କରାଯାଉଅଛି
ବାଲେଶ୍ୱର ବାହାବଳପୁର ଠାରେ Msme ମନ୍ତ୍ରାଳୟ ଦ୍ୱାରା ୨ କୋଟି ଟଙ୍କା ବିନିମୟରେ ଗଭୀର ସମୁଦ୍ରରେ cage culture ମାଧ୍ୟମରେ ମସ୍ତ୍ୟ ଚାଷ କରାଯାଇ ମସ୍ତ୍ୟ ଚାଷୀ ମାନଙ୍କୁ ଆତ୍ମନିର୍ଭର ଓ ରୋଜଗାରକ୍ଷମ କରାଯାଇଅଛି। ବାଲେଶ୍ୱରର ପଣପଣା,ହଳଦୀପଦା,ରୁପ୍ସା, ଜଳେଶ୍ୱର,ବେତନଟୀ ଷ୍ଟେସନର ବିକାଶ ଓ ଆଧୁନିକରଣ ପାଈଁ ଶୁଭ ଶିଳାନ୍ୟାସ କରାଯାଇ କାମ ଆରମ୍ଭ ହୋଇଅଛି। ଏହା ସହିତ ଉପରୋକ୍ତ ଷ୍ଟେସନ ମାନଙ୍କର ପାର୍ଶ୍ୱବତ୍ତି ରାସ୍ତା ଗୁଡିକ ଯାତାୟାତ ପାଈଁ ଉନ୍ନତିକରଣ କରାଯାଇଅଛି
ସାଂସଦ ଙ୍କ ପ୍ରଚେଷ୍ଟା ରେ ବାଲେଶ୍ୱରରେ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଦୂରୀକରଣ ପାଈଁ ମାନ୍ୟବର କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅନୁମୋଦନ କ୍ରମେ ଏକ ESI ହସ୍ପିଟାଲ ମଞ୍ଜୁର ହୋଇଅଛି.ଏହାର ଶୁଭ ଶିଳାନ୍ୟାସ ଖୁବ ଶୀଘ୍ର ହେବାକୁ ଯାଉଅଛି, ବାଲେଶ୍ୱରରୁ ଖଡ଼ଗପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ 6 ଲେନ ବିଶିଷ୍ଟ ରାସ୍ତା କରିବା ପାଈଁ ମାନ୍ୟବର ମନ୍ତ୍ରୀଙ୍କ ସହମତି ମିଳିସାରିଛି। DPR ପ୍ରସ୍ତୁତି କାମ ଏବେ ଚାଲିଛି, ଖୁବ ଶୀଘ୍ର ଏହାର ଶୁଭ ଶିଳାନ୍ୟାସ ହେବାକୁ ଯାଉଅଛି. ବାଲେଶ୍ୱରରେ ରେମୁଣା ସୋମନାଥପୁର ରେ Rice କ୍ଲଷ୍ଟର, ନୀଳଗିରିରେ Dairy କ୍ଲଷ୍ଟର, ଭୋଗରାଇ ଓ ବଡ଼ସାହିରେ ବାଉଁଶ କ୍ଲଷ୍ଟର ପ୍ରତିଷ୍ଠା କରାଯାଇ ଲୋକମାନଙ୍କୁ ଆତ୍ମନିର୍ଭର କରାଯାଇଅଛି, .ବାଲେଶ୍ୱର ଜିଲାରେ ୪୦ ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇ ପ୍ରତି ଗ୍ରାମକୁ ୪୦ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଅଛି, ବାଲେଶ୍ୱର ଲୋକସଭାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ୪୦ ଟି ଗ୍ରାମୀଣ ରାସ୍ତାର ଉନ୍ନତି କରଣ ପାଈଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ପାଖାପାଖି ୨୭୭ କୋଟି ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଅଛି, ବାଲେଶ୍ୱର ଓ ମୟୁରଭଞ୍ଜ ର ଜାତୀୟ ରାଜପଥରେ ଶେରଗଡ଼, ବାହାନଗା,ନହରପାଟଣା,ବେତନଟୀ, ଜଳେଶ୍ୱର ଇତ୍ୟାଦି ବିଭିନ୍ନ ଜାଗାରେ ଉନ୍ନତି ମୂଳକ କାର୍ଯ୍ୟ ଯଥା Under pass,over bridge,subway, beautification ଇତ୍ୟାଦି କରାଯାଇଅଛି..
ବାଲେଶ୍ୱର ଜିଲ୍ଲାରେ KVIC (MSME)ଆନୁକୂଲ୍ୟରେ ହଜାର ହଜାର ଲୋକଙ୍କୁ ମହୁ ବାକ୍ସ,ବିଦ୍ୟୁତ ଚାଳିତ କୁମ୍ଭାର ଚକ, ଜିଗର ଜେଲ୍ଲି ଇତ୍ୟାଦି ପ୍ରଦାନ କରାଯାଇ ରୋଜଗାରକ୍ଷମ କରାଯାଇଅଛି,ମାନ୍ୟବର ସାଂସଦଙ୍କ ପ୍ରଚେଷ୍ଟାରେ ନୀଳଗିରିରେ LIC ର ଏକ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଛି l ଖନ୍ତାପଡ଼ାରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ Punjab National Bank ଖୋଲାଯାଇଅଛି lବାଲେଶ୍ୱରରେ 50 ଶଯ୍ୟା ବିଶିଷ୍ଟ ଆୟୁଷ ମେଡିକାଲର ପ୍ରତିଷ୍ଠା ପାଈଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଂଶିକ ଅର୍ଥ ମଞ୍ଜୁର ହୋଇଅଛି. ରାଜ୍ୟ ସରକାର ଜାଗା ପ୍ରଦାନ କଲେ ଅବଶିଷ୍ଟ ଅର୍ଥ ପ୍ରଦାନ କରାଯିବ, ନୀଳଗିରି ମୁଖ୍ୟ ଡାକ୍ତରଖାନାକୁ ମାନ୍ୟବର ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ୧୫ ଲକ୍ଷ୍ୟ ଟଙ୍କା ବିନିମୟରେ ରକ୍ତ ସଂଗ୍ରହ ଗାଡି ପ୍ରଦାନ କରାଯାଇଅଛି.ମାଲଦା-ବାଙ୍ଗାଲୋର ଅମ୍ରିତ ଭାରତ ଏକ୍ସପ୍ରେସ ଟ୍ରେନର ଷ୍ଟପେଜରେ ଜଳେଶ୍ୱର,ବାଲେଶ୍ୱର ଓ ସୋର ଷ୍ଟେସନକୁ ସାମିଲ କରାଯାଇଅଛି.ନୀଳଗିରି ଅଯୋଧ୍ୟା ପଞ୍ଚାୟତ ରେ ଏକ SBI ATM ର ପ୍ରତିଷ୍ଠା କରାଯାଇଛି ଏବଂ ଖୁବ ଶୀଘ୍ର ଏକ SBI ର ଶାଖା ଖୋଲା ଯିବା ପାଇଁ ପ୍ରୟାସ ଚାଲିଛି lଏହା ସହିତ ଅରଡବଜାର ଓ ନିଧିପଣ୍ଡା ରେଳପୋଲ ବିଷୟରେ ମଧ୍ୟ ସକାରାତ୍ମକ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କ ସହିତ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନିଳଗିରି ବିଧାୟକ ସୁକାନ୍ତ ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ।