ପ୍ରତାପ ଲକ୍ଷ୍ମଣପୁର ଆଦର୍ଶ ବିଦ୍ୟାଳୟ  ପରିଦର୍ଶନ  କଲେ ଜିଲ୍ଲାପାଳ

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ପ୍ରତାପଲକ୍ଷ୍ମଣପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବୃକ୍ଷ୍ୟ ରୋପଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସୀମାଞ୍ଚଳ ବିଷୋୟୀଙ୍କ ନେତୃତ୍ୱରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠାରେ ପହଞ୍ଚି ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ିକରିଥଲେ । ଗଞ୍ଜାମ କିଲ୍ଲାପାଳ ବିଦ୍ୟାଳୟ ପରିସରରେ ପହଞ୍ଚି ବୃକ୍ଷ୍ୟରୋପଣ କରିବା ସହ ଅଭାବି ଶିକ୍ଷକ ପଦକୁ ଶିଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଏହାପରେ ଆଦର୍ଶ ବିଦ୍ୟାଳୟ ପରିସରରେ ଏକନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏକ  ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ସନାତନ ପଣ୍ଡା , ଅତିରିକ୍ତ ପ୍ରକଳ୍ପ ଅ÷ଧିକାରୀ ଦେବବ୍ରତ ସାହୁ ,ବିଡିଓ ସରୋଜ କୁମାର ବେହେରା , ଚନ୍ଦ୍ରଭାନୁ ପାଢୀ ,ଡକ୍ଟର ବାଲୁକେଶ୍ୱର  ଷଡଙ୍ଗୀ ,ଚନ୍ଦ୍ରଭାନୁ ପାଢୀ , ଅମୁଲ୍ୟ ଦାସ , ମଧୁସୁଦନ ସେଠୀ , ସରପଞ୍ଚ ରାଜେନ୍ଦ୍ର ଗୈାଡ , ବିଦ୍ୟାଳୟ ଅଧକ୍ଷ ସଦାଶିବ ପ୍ରଧାନ , ଯୋଗଦେଇ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସମାଧାନର ପନ୍ଥା ବିଚାର କରିଥିଲେ ।  ଖେଳ ପଡିଆ ଓ କ୍ରୀଡା ଉପକରଣ ଉପରେ ସଭାପତି ଗୁରୁତ୍ୱରୋପଣ କରିଥିଲେ ।ଦୂର୍ଗାପ୍ରସାଦ ମିଶ୍ର ସ୍ୱାଗ୍ତ ଭାଷଣ ଦେଇଥିଲେ  ।  ଏହି  କାର୍ଯ୍ୟକ୍ରମକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରି୍ଥିଲେ ।ପ୍ରସନ୍ନ ନିର୍ଦେଶକ  ଓ ଶିକ୍ଷା ଅଧିକାରୀ  ବିଦ୍ୟାଳୟ ପରିସରରେ  ବୃକ୍ଷରୋପଣ କରିବା ସହ ଗଛଟିଏ ପିଲାଟିଏ କାର୍ଯ୍ୟକ୍ରମ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ