ପ୍ରତାପ ୩୦ଦିନ ହେଲା ମାଗଣାରେ ସାନିଟାଇଜ୍ କରୁଛନ୍ତି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରୋନା ମହାମାରିକୁ ରୋକିବା ପାଇଁ ସାରା ବିଶ୍ୱବାସୀ ଏକାଠି ହୋଇଛନ୍ତି । ଏହି ମହାମାରିକୁ ରୋକିବା ପାଇଁ ପ୍ରତ୍ୟେକ ଦେଶ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର କେମିକାଲ୍ ବ୍ୟବହାର କରି ପରିବେଶକୁ କରୋନା ତଥା ଅନ୍ୟାନ୍ୟ ଜୀବାଣୁ/ଭୂତାଣୁ ସଂକ୍ରମଣରୁ ମୁକ୍ତ କରୁଛନ୍ତି । ଏହି ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ କଲେ କରୋନା ଭୂତାଣୁର କିଛି ମାତ୍ରାରେ ବିନାଶ ହୋଇଥାଏ । ଓଡ଼ିଶାରେ ଅଗ୍ନିଶମ ବିଭାଗ ମୁଖ୍ୟ ରାସ୍ତାଗୁଡ଼ିକୁ ସାନିଟାଇଜ୍ କରୁଥିବା ବେଳେ ଗଳିକନ୍ଦି ରାସ୍ତା, କଲୋନୀ, ବସ୍ତି, ବସ୍‌, କ୍ଷୁଦ୍ର ଦୋକାନଗୁଡ଼ିକୁ ସାନିଟାଇଜ୍ କରନ୍ତି ନାହିଁ । ଏହି ପରିପ୍ରେକ୍ଷୀରେ କରୋନା ଯୋଦ୍ଧା ପ୍ରତାପ କୁମାର ସାହୁ ଦୀର୍ଘ ୩୦ ଦିନରୁ ଅଧିକ ହେବ କଟକ, ଖୋର୍ଦ୍ଧା, ଭୁବନେଶ୍ୱରର ବିଭିନ୍ନ ବସ୍ତି, ଗଳିକନ୍ଦି ରାସ୍ତା, ବସ୍‌ଷ୍ଟାଣ୍ଡ୍‌, ସରକାରୀ ଓ ପ୍ରାଇଭେଟ୍ ବସ୍‌, ବିଭିନ୍ନ ଫାଣ୍ଡି, ଏଟିଏମ୍ କାଉଣ୍ଟର, ପୋଲିସ୍ ବ୍ୟାରାକ୍‌, ପିସିଆର୍ ଭ୍ୟାନ୍‌, ଉଠାଦୋକାନୀ, ସାଲିଆସାହି, ନୀଳାଦ୍ରିବିହାରର ବହୁ ଗଳିକନ୍ଦିଗୁଡ଼ିକୁ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ, ବ୍ଲିଚିଂ ପାଉଡର୍‌, ଡେଟଲ୍ ପ୍ରୟୋଗ କରି ସାନିଟାଇଜ୍ କରୁଛନ୍ତି । ଶ୍ରୀଯୁକ୍ତ ସାହୁ ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବହୁ ଅଞ୍ଚଳକୁ ସାନିଟାଇଜ୍ କରୁଛନ୍ତି । ସାନିଟାଇଜର୍ ନିଜେ କ୍ରୟ କରି ବ୍ୟବହାର କରିପାରୁନଥିବା ବହୁ ଗରିବ, ଅସହାୟବ୍ୟକ୍ତିମାନେ ନିଜ ଏରିଆ ମାଗଣାରେ ସାନିଟାଇଜ୍ ହେଉଥିବା ଦେଖି ଶ୍ରୀଯୁକ୍ତ ସାହୁଙ୍କୁ ସାଧୁବାଦ ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରୁଛନ୍ତି । ଆଗକୁ ଏହିଭଳି କାମ ବହୁ ଅସହାୟ ଲୋକଙ୍କର ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ସର୍ବସାଧାରଣରେ ମତ ବ୍ୟକ୍ତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ