ପ୍ରତିକ୍ଷିତ ପଞ୍ଚୁପଡ଼ା ସେତୁର ଲୋକାର୍ପଣ କଲେ ସାଂସଦ ଓ ବିଧାୟକ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ବ୍ଲକର ବହୁ ପ୍ରତିକ୍ଷିତ ପଞ୍ଚୁପଡ଼ା ସେତୁକୁ ଗତ ଫେବୃଆରୀ ୧୩ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଆଜି ଉକ୍ତ ପୋଲର ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଟିତ ଉତ୍ସବରେ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶ ସଭାପତିତ୍ୱ କରି କହିଲେ ଏହି ପ୍ରକଳ୍ପ ମୋର ସପ୍ନର ପ୍ରକଳ୍ପ ଥିଲା ଯାହା ମୁଁ ପ୍ରତିଶୃତି ଦେଇଥିଲି ତାହା ଆଜି ପୂରଣ କରିଥିବାରୁ ମୋତେ ଆତ୍ମସନ୍ତୋଷ ଲାଗୁଛି । ଏଥି ପାଇଁ ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସେତୁ ଦ୍ୱାରା ସମଗ୍ର ଉତ୍ତର ବାଲେଶ୍ୱର ବାସୀ ଲାଭବାନ ହେବା ସହ ଏହା ସୁବର୍ଣ୍ଣରେଖା ବନ୍ଦରକୁ ସଂଯୋଗୀକରଣ କରିବ ଯାହା ଏକ ଖୁସିର ବିଷୟ । ସେତୁ ନିର୍ମାଣ ବେଳେ ରାସ୍ତା ପାଇଁ ଜମି ଦାନ କରିଥିବା ପ୍ରଭାତ ମହାନ୍ତିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସାଂସଦ ପ୍ରତିନିଧି ବରୋଦା ପ୍ରଶନ୍ନ ପଟ୍ଟନାୟକ, ପଞ୍ଚୁପଡ଼ା ସରପଞ୍ଚ ଗଣେଶ ଚନ୍ଦ୍ର ଦାସ, ପ୍ରଭାତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରୁପସା ପଞ୍ଚାୟତରେ ଏକ ୩.୧୭୪ କି.ମି ରାସ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଫେବୃଆରୀ ୧୩ରେ ଶୁଭ ଦେଇଥିଲେ ଏବଂ ଆଜି ମଧ୍ୟ ଉକ୍ତ ରାସ୍ତାକୁ ସାଂସଦ ରବିନ୍ଦ୍ର ଜେନା ଓ ବିଧାୟକ ଜୀବନ ପ୍ରଦୀପ ଦାଶ ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ୨୮ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରମତୀ ପଟ୍ଟନାୟକ, ସାଂସଦ ପ୍ରତିନିଧି ବରୋଦାପ୍ରଶନ୍ନ ପଟ୍ଟନାୟକ, ରୁପସା ସରପଞ୍ଚ ସଂଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସାଂସଦ ଓ ବିଧାୟକ କଷାଫଳ ପଞ୍ଚାୟତରେ ସାର୍ଥା ଠାରୁ କଷାଫଳ ପର୍ଯ୍ୟନ୍ତ ରାସ୍ତାର ମଧ୍ୟ ଶୁଭ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସାଂସଦ ପ୍ରତିନିଧି ବରୋଦାପ୍ରଶନ୍ନ ପଟ୍ଟନାୟକ, କଷାଫଳ ସରପଞ୍ଚ ବିଜୟ ଭୂୟାଁ, ସମିତିସଭ୍ୟ ବୈଦନାଥ ମାନ୍ନା ପ୍ରମୁଖ ଉପସ୍ଥିତ ଥିଲେ ।


