ପ୍ରତିବର୍ଷ ଗୋଟିଏ ଗୋଟିଏ ବୃକ୍ଷରୋପଣ କଲେ ପରିବେଶ ପ୍ରଦ୍ୟୁଷଣମୁ୍‌କ୍ତ ହେବ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସାରାବିଶ୍ୱରେ ଦିନକୁ ଦିନ ପରିବେଶ ପ୍ରଦ୍ୟୁଷଣ ବଢିଚାଲିଛି । ଏହାର ମୁଖ୍ୟକାରଣ ବୃକ୍ଷଲତା ଦିନକୁ ଦିନ ହ୍ରାସ ପାଇବାରେଲାଗିଛି । ଏଭଳିସାଂପ୍ରତିକ ପରିସ୍ଥିତିରେ “ଉଡ୍ରଚାରିଟେବୁଲ୍‌ଟ୍ରଷ୍ଟ୍‌” ମାଧ୍ୟମରେଗତବର୍ଷ ୫୦ ହଜାରରୁଉର୍ଦ୍ଧବୃକ୍ଷରୋପଣକରିଥିଲେ । ଚଳିତବର୍ଷ ଆନୁଷ୍ଠାନିକଭାବେ ପବିତ୍ର ରଥାଯାତ୍ରା ଦିନ ବୃକ୍ଷରୋପଣକାର୍ଯ୍ୟ ଅନୁଷ୍ଠିତହୋଇଥିଲା । ଏହି ଉଦ୍‌ଘାଟନିଉତ୍ସବରେମୁଖ୍ୟ ଅତିଥି ଭାବେମୋକଲେଜ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ, ଅଭିନେତାସମରେଶରାଉତରାୟ, ଅଭିନେତା ଆଦିତ୍ୟ ଦାସ (ବୁଲୁ) ପ୍ରମୂଖଯୋଗଦେଇ ବୃକ୍ଷରୋପଣକରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଡ୍ରଚାରିଟେବୁଲ୍‌ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜିତ୍‌ଦାସନାୟକ ଓ ଉଡ୍ରଚାରିଟେବୁଲ୍‌ ଟ୍ରଷ୍ଟର ସମସ୍ତ କର୍ମକର୍ତା ଉପସ୍ଥିତ ରହିବା ସହିତ ସମସ୍ତେ ଗୋଟେଗୋଟେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଡ୍ରଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁସମସ୍ତଙ୍କୁ ଅନୁରୋଧ କରାଯାଇଥିଲା ଯେ, ସମସ୍ତେ ନିଜେ ଗଛ ଲଗାଇବାସହିତ ସେମାନଙ୍କର ସଂପର୍କୀୟ ମାନଙ୍କୁ ସାମିଲ୍‌କରି ବୃକ୍ଷରୋପଣ କରିବା ପାଇଁଟ୍ରଷ୍ଟ୍‌ତରଫରୁ ଆହ୍ୱାନ କରାଯାଇଅଛି । ବିଶେଷକରି ଯୁବସମାଜକୁ ଆହ୍ୱାନ ଯେ ସମସ୍ତେ ପ୍ରତିବର୍ଷ ଗୋଟିଏଗୋଟିଏବୃକ୍ଷରୋପଣକଲେ ପରିବେଶ ପ୍ରଦ୍ୟୁଷଣମୁ୍‌କ୍ତ ହେବା ସହିତ ଆମ୍ଭମାନଙ୍କର ଶରୀରସୁସ୍ଥରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ