ପ୍ରତିବର୍ଷ ନିର୍ବାଚନ ହୁଅନ୍ତା କି!

ଭାରତ ଏକ ସାର୍ବଭୌମିକ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର । ସେଥିପାଇଁ ଆମେ ଭାରତବାସୀ ବୋଲି ଗର୍ବ ଅନୁଭବ କରୁ । ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକ ମାନଙ୍କର ସେମାନଙ୍କର ମୂଲ୍ୟବାନ ମତଦାନ କରିବାର ଅଧିକାର ରହିଛି । ଜଣେ ୧୮ ବର୍ଷ ଅତିକ୍ରମ କରିବା ପରେ ସେ ସାବାଳକ, ନାଗରିକ ବା ଭୋଟ ଦେବାର ଅଧିକାର ହାସଲ କରିଥାଏ । ଆମ ଦେଶ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଆମେ ଇଂରେଜମାନଙ୍କ କବଳରେ କବଳିତ ଥିଲୁ । ଇଂରେଜମାନେ ଆମକୁ ବହୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ସେମାନଙ୍କ ଅସଲ ଉଦ୍ଦେଶ୍ୟ ଥିଲା ଆମ ଦେଶର ଧନରତ୍ନକୁ ଲୁଟ୍ କରିବା । ସେହିପରି ରାଜରାଜୁଡ଼ା ଶାସନ ସମୟରେ ମଧ୍ୟ ସେମାନଙ୍କର ଅସଲ ଉଦ୍ଦେଶ୍ୟ ଥିଲା ରାଜ୍ୟ ଜୟ କରିବା ଓ ଧନସମ୍ପତ୍ତି ଭୋଗ କରିବା । ଏଥିପାଇଁ ସେମାନଙ୍କୁ ସାହାଯ୍ୟ କରିବାକୁ ମନ୍ତ୍ରୀ ଓ କଟୁଆଳ ନିଯୁକ୍ତ ଥିଲେ ଓ ଏହି ମନ୍ତ୍ରୀ କଟୁଆଳମାନେ ସେମାନଙ୍କର ଆୟ ଓ ବ୍ୟୟର ହିସାବ ବିବରଣୀ ରଖୁଥିଲେ । ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ ଓ ସାଧାରଣ ଭୋଟରମାନେ ପଞ୍ଚବର୍ଷରେ ଥରେ ନିଜର ମୂଲ୍ୟବାନ ମତଦାନ କରି ନିଜର ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିଥାନ୍ତି । ଆମ ଦେଶ ସ୍ୱାଧୀନ ହେବା ପରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୭ରୁ ୧୯୬୪ ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିଲେ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଡଃ ହରେକୃଷ୍ଣ ମହାତାବ ୧୯୪୬ ରୁ ୧୯୫୦ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସମୟରେ ନିର୍ବାଚନ ଏତେ ବ୍ୟୟବହୁଳ ନଥିଲା ଓ ନାଗରିକମାନେ ଉପଯୁକ୍ତ ପ୍ରାର୍ଥୀ ଦେଖି ଭୋଟ ଦେଉଥିଲେ । ଜଣେ ନେତା ବା ଜନପ୍ରତିନିଧି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ ସେ ନିର୍ବାଚନ ଜିତିବା ପାଇଁ ପ୍ର·ର ମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀର ସାଧାରଣ ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା ମାଗିଥାନ୍ତି । ଏହି ପ୍ର·ର କାର୍ଯ୍ୟରେ ନିଜ ପରିବାର ସଦସ୍ୟ, ଭାଇ, ବନ୍ଧୁ, କୁଟୁମ୍ବ, ସମ୍ପର୍କୀୟ ଓ ସାଧାରଣ ଜନତା ସାମିଲ୍ ହୋଇ ପ୍ର·ରକୁ ଜୋରଦାର କରିଥାନ୍ତି । ଏଥିପାଇଁ କିଛି ଟଙ୍କା ବି ଖର୍ଚ୍ଚ ହୋଇଥାଏ । କାରଣ ଜଣେ ଜନ ପ୍ରତିନିଧି ନିଜ ନିର୍ବାଚନ ମଣ୍ଡଳୀରେ ନିଜକୁ ପରିଚିତ କରିବା ପାଇଁ ବ୍ୟାନର, ପୋଷ୍ଟର, ଚିରୁକୁଟି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିଥାଏ ଯାହା ସାଧାରଣରେ ସବୁ ଦଳର ଜନ ପ୍ରତିନିଧିମାନେ ହିଁ କରିଥାନ୍ତି । ବର୍ତ୍ତମାନ କିନ୍ତୁ ନିର୍ବାଚନର ତରିକା ବଦଳି ଯାଇଛି । ସ୍ୱଚ୍ଛ ନିର୍ବାଚନ ଆଉ ହେଉନି । ସ୍ୱଚ୍ଛ ନିର୍ବାଚନ ବଦଳରେ ·ଲିଛି ବିଭିନ୍ନ ନେତାମାନଙ୍କର ଦଳବଦଳ ଘଟଣା । ଜଣେ ପ୍ରକୃତ ଜନ ପ୍ରତିନିଧି ନିର୍ବାଚନରେ ଭାଗ ନ ନେଇ ବି ଜନସାଧାରଣଙ୍କ ସେବା କରିପାରିବ । କିନ୍ତୁ ଯେଉଁ ଜନପ୍ରତିନିଧିମାନେ ଯେକୌଣସି ଦଳରୁ ହୁଅନ୍ତୁ ନା କାହିଁକି ଦୀର୍ଘ ବର୍ଷ ଧରି ନିର୍ବାଚିତ ହୋଇ ଆସୁଛନ୍ତି, ଚଳିତବର୍ଷ ନିର୍ବାଚନରେ ସେମାନଙ୍କୁ ଟିକେଟ ନ ମିଳିବାରୁ ସେମାନେ ଦଳ ବଦଳ ପନ୍ଥାକୁ ଆପଣେଇବାକୁ ପସନ୍ଦ କରୁଛନ୍ତି । ସେମାନେ ଭାବିବା ଉଚିତ୍ ଯେ, ନିର୍ବାଚନରେ ଭାଗ ନେବାର ପ୍ରତି ନାଗରିକଙ୍କର ଅଧିକାର ରହିଛି । ତେଣୁ ଜଣେ ଜନପ୍ରତିନିଧି ଯଦି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଦଶନ୍ଧି ଦଶନ୍ଧି ଧରି ନିର୍ବାଚିତ ହୋଇ ଆସିବେ, ତେବେ ଅନ୍ୟ ଆଶାୟୀ ପ୍ରାର୍ଥୀମାନେ କ’ଣ କରିବେ? ଜଣେ ଜନପ୍ରତିନିଧି ନିର୍ବାଚିତ ହୋଇ ଆସିଲା ପରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତିମୂଳକ କାର୍ଯ୍ୟ କରନ୍ତି ଓ ଜନସାଧାରଣଙ୍କ ସୁଖ ଦୁଃଖରେ ଭାଗି ହୋଇ ଛିଡ଼ା ହୋଇଥାନ୍ତି ।
କନ୍ତୁ ନିର୍ବାଚନ ଆଜି ପ୍ର·ର ସର୍ବସ୍ୱରେ ପରିଣତ ହୋଇଛି । ନିର୍ବାଚନ ବିଗୁଲ୍ ବାଜିବା କ୍ଷଣି ଚଳଚଞ୍ଚଳ ହୋଇ ଉଠିଥାନ୍ତି ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଓ କୁଜି ନେତା । ଗଳି କନ୍ଦି, ବଜାର ଘାଟ, ଛକ ଓ ଖଟି ସବୁ ସ୍ଥାନମାନଙ୍କରେ ଚର୍ଚ୍ଚା ·ଲିଥାଏ ନିର୍ବାଚନ ବିଷୟରେ । ପୂର୍ବ ନିର୍ବାଚନ ଅପେକ୍ଷା ବର୍ତ୍ତମାନ ନିର୍ବାଚନରେ ଖର୍ଚ୍ଚର ପରିମାଣ ବହୁ ଗୁଣରେ ବଢିଯାଇଛି । ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଟଙ୍କାକୁ ନେଇ ପ୍ରତିଯୋଗିତା ·ଲିଛି । ଯେଉଁ ଦଳ ଯେତେ ଅଧିକ ଟଙ୍କା ଖର୍ଚ୍ଚ କରୁଛି ସେହି ଦଳ ସବୁଠୁ ପ୍ର·ରରେ ଆଗୁଆ ରହୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ବାଚନରେ ଗାଁ ଗହଳିର କୁଜି ଓ ଟାଉଟର ନେତାମାନଙ୍କ ଭୂମିକା । ନିର୍ବାଚନ ସମୟ ପାଖେଇ ଆସିଲେ ଏମାନଙ୍କ କଚେପୁଅ ବାର । କଥାରେ ଅଛି ‘ପାନ ଗୁଆ ଖଇର ଗୁଆ କାତି, ଭଲ ବ୍ୟବସାୟ ରାଜନୀତି’ । ଏହି ତଥାକଥିତ କୁଜି ଓ ଟାଉରର ନେତାମାନେ ସବୁ ରାଜନୈତିକ ଦଳର ଜନ ପ୍ରତିନିଧିଙ୍କୁ ଭେଟି ବିଭିନ୍ନ ପ୍ରକାର ପ୍ରଲୋନ ଦେଖାଇ, ମୁଁ ଅମୁକ ସଂଘର ସଭାପତି, ବହୁତ ପିଲା ମୋ ନିୟନ୍ତ୍ରଣରେ ଅଛିନ୍ତ ଓ ସେମାନେ ମୋ ଦ୍ୱାରା ପରି·ଳିତ ହେଉଛନ୍ତି । ତେଣୁ ମୁଁ ଯାହାକୁ କହିିବି, ସେମାନେ ସେଥିରେ ଭୋଟ ଦେବେ ଇତ୍ୟାତି କହନ୍ତି ଓ ଆମ ପିଲାଙ୍କର ଖେଳ ସାମଗ୍ରୀ କିଛି ନାହିଁ, ଆମ କ୍ଲବରେ ଟିଭି ନାହିଁ, ଗାଁ ଠାକୁରାଣୀଙ୍କ ପାଚେରୀ ଭାଙ୍ଗିଯାଇଛି ଏହିଭଳି ଅନେକ ମିଛ କଥା କହି ସବୁ ରାଜନୈତିକ ଦଳର ଜନପ୍ରତିଧିଙ୍କ ଠାରୁ ଏକାଧିକବାର ମୋଟା ଅଙ୍କର ଟଙ୍କା ଆଣି ନିଜ ପକେଟ ଭର୍ତ୍ତି କରନ୍ତି । ବିଚରା ଜନ ପ୍ରତିନିଧି ଜଣକ ଜିତିବା ଆଶାରେ ଏହି କୁଜିନେତାଙ୍କୁ ବିଶ୍ୱାସ କରି ମୋଟା ଅଙ୍କର ଟଙ୍କା ପ୍ରଦାନ କରିଥାନ୍ତି । କିନ୍ତୁ ଏହି କୁଜିନେତାମାନେ ଟଙ୍କା ଆଣିଥିବା ଜନପ୍ରିନିଧିମାନଙ୍କୁ ଧୋକା ଦେଇଥାନ୍ତି । ବାସ୍ତବରେ ଦେଖିବାକୁ ଗଲେ ଏମାନଙ୍କ ହାତରେ ଖଣ୍ଡେ ବି ଭୋଟ ନଥାଏ, ଏମାନଙ୍କର ନିଜସ୍ୱ ବୋଲି କିଛି ନଥାଏ । କେବଳ ଟଙ୍କା କମାଇବା ପାଇଁ ଏମାନେ ଏହି ପ୍ରକାର ନାଟକ କରିଥାନ୍ତି । ନିର୍ବାଚନ ବିଗୁଲ୍ ବାଜିବା ଦିନଠାରୁ ଏହି କୁଜିନେତାମାନେ ସକାଳୁ ଘରୁ ବାହାରି ଯାଇ ଆଜି ଗୋଟେ ଦଳର ଜନ ପ୍ରତିନିଧିଙ୍କ ସଙ୍ଗେ ପ୍ର·ରକୁ ଯାଇ ଅମକ ବାବୁ ଜିନ୍ଦାବାଦ, ଅମକ ଚିହ୍ନ ଜିନ୍ଦାବାଦ, ଜିତିବରେ ଜିତିବ ଅମକ ବାବୁ ଜିତିବ କହିଲାଣି ତ କାଲି ଆଉ ଗୋଟେ ଦଳର ଜନପ୍ରତିନିଧିଙ୍କ ସହିତ ପ୍ର·ରରେ ଯାଇ ସମକ ବାବୁ ଜିନ୍ଦାବାଦ, ଅମକ ଚିହ୍ନ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଲେଣି । ଖାଇବା ପିଇବା ତ ମାଗଣା ତା ସାଙ୍ଗକୁ ପୁଣି ମାଗଣାରେ ଗାଡ଼ିରେ ବସି ବୁଲିବା । ଯେଉଁ ଦିନ ଯେଉଁର ଦଳର ଜନପ୍ରତିନିଧିଙ୍କ ପ୍ର·ରକୁ ଯାଇଥାନ୍ତି, ରାତିରେ ଏକୁଟିଆ ଯାଇ ଉକ୍ତ ଜନପ୍ରତିନିଧିଙ୍କୁ ଭେଟି ମଛ ପ୍ରତିଶ୍ରୁତି ଦେଇ ଜନ ପ୍ରତିନିଧିଙ୍କ ବିପକ୍ଷ ପ୍ରାର୍ଥୀଙ୍କୁ ଗୁଡ଼ାଏ ଗାଳିଗୁଲଜ କରି ଉକ୍ତ ପ୍ରତନିଧିଙ୍କୁ ବିଶ୍ୱାସ ଜନ୍ମାଇ ମୋଟା ଅଙ୍କର ମାଲ୍ ପକେଟ୍ରେ ପୁରାଇ ଘରକୁ ଫେରିବା ବାଟରେ ଗୋଟେ ବୋତଲ ମଦ କିଣି ତାକୁ ପିଇ ଆରମରେ ରାତ୍ରି କଟାଇବା ପରେ ପୁଣି ପରଦିନ ଆଉ ଗୋଟିଏ ଦଳର ଜନପ୍ରତିନିଧିଙ୍କ ସହିତ ପ୍ର·ରକୁ ଯାଇଥାଏ । ଏହିପରି ନିର୍ବାଚନ ଦିନ ପର୍ଯ୍ୟନ୍ତ ଏହି କୁଜି ନେତାମାନଙ୍କର କାର୍ଯ୍ୟଧାରା ବଳବତ୍ତର ରହିଥାଏ । ଏହି ମଉକାରେ ଏମାନେ ପୁରା ବର୍ଷକ ପାଇଁ ରୋଜଗାର କରିଥାନ୍ତି । ଠିକ୍ ନିର୍ବାଚନ ଦିନେ ଦୁଇଦିନ ପୂର୍ବରୁ ରାତିରେ ଗାଁର କିଛି ପିଲାଙ୍କୁ କୁକୁଡ଼ା ଝୋଳ ଓ ଶସ୍ତା ମଦ ବୋତଲ ଧରାଇ ଦେଇ ସବୁ ଟଙ୍କା ନିଜେ ଗାଏବ କରିଥାନ୍ତି ଓ କୌଣସି ଭୋଟରଙ୍କୁ କୁହନ୍ତିନି ଯେ ୟାକୁ ଭୋଟ ଦେବୁ, ତାକୁ ଭୋଟ ଦେବୁ । ନିଜ ବାଟରେ ନିଜେ । ଯଦି ଏହିପରି ଧାରା ଜାରି ରୁହେ, ତେବେ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ପରିବେର୍ତ୍ତ କଳୁଷିତ ଆଡ଼କୁ ଗତି କରୁ ପଛେ, କିନ୍ତୁ ଏହି କୁଜି ଓ ଟାଉଟର ନେତାମାନେ ମନେ ମନେ ଭାବନ୍ତି ବର୍ଷକ ପାଇଁ ଅର୍ଥ ଉପାର୍ଜନ କରିବାକୁ ହେଲେ ‘ପ୍ରତିବର୍ଷ ନିର୍ବାଚନ ହୁଅନ୍ତା କି’!

 

ସୁବାଷ କୁମାର ତାରଣିଆଁ

ମୋ : ୯୭୭୬୫୧୦୭୯୪
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ