ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବ୍ଲକ ଟପ୍ପର

ଛତ୍ରପୁର, (ଦେବଦତ୍ତ ମହାରଣା) :ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ବୁଧବାର ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଚ୍ଛ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଅନୁଷ୍ଠାନରେ ବିଜ୍ଞାନ ବିଭାଗର ଆଶିଷ ବ୍ରହ୍ମା ୬୦୦ ରୁ ୫୫୦ ମାର୍କ (୯୧.୬୬ ପ୍ରତିଶତ) ରଖି ଛତ୍ରପୁର ବ୍ଲକ ଅଂଚଳରେ ପ୍ରଥମ ସ୍ଥାନରେ ରହିଛନ୍ତି । ଛତ୍ରପୁର ଶାନ୍ତି ନଗର ଅଂଚଳର ଆଶିଷ ଦୈନିକ ୧୦ ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା ବେଳେ ଏହି ସଫଳତା ର ଶ୍ରେୟ ଅନୁଷ୍ଠାନର ମୁଖ୍ୟ ଚିନ୍ମୟ କୁମାର ଦାସ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପିତାମାତାଙ୍କୁ ଦେଇଛନ୍ତି । ସେହିପରି ସେହି ଅନୁଷ୍ଠାନର ଅଜିତ କୁମାର ମହାରଣା ୫୪୫ ମାର୍କ ରଖି କୃତିତ୍ୱ ହାସଲ କରିଛନ୍ତି । ଅନୁଷ୍ଠାନର ମୋଟ ୧୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୦ ଜଣ ପ୍ରଥମ ସ୍ଥାନ, ୧୦ ଜଣ ଦ୍ୱିତୀୟ ଓ ଜଣେ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ