ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ମେଧାବୀ ସମ୍ମର୍ଧନା ଉତ୍ସବ
କୁଚିଣ୍ଡା -(ଯୁଗାଦ୍ଧ ନ୍ୟୁଜ୍) ମ୍ୟାଟ୍ରିକ ଓ +୨ ବିଜ୍ଞାନ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ମର୍ଧନା କରାଯାଇଛି । କୁଚିଣ୍ଡା କଲେଜ ପରିସର ରେ ସକାଳ ୮ଟା ସମୟ ରେ ଏହିସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଅଧ୍ୟକ୍ଷ ମେଜର ଡକ୍ଟର ବସନ୍ତ କୁମାର ପଟେଲ ଙ୍କ ଅଧ୍ୟକ୍ଷ ଅନୁଷ୍ଠିତ ସଭାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ପୂର୍ବତନ ବିଧାୟଜ ରବିନାରାୟଣ ନାୟକ, ଡେପୁଟି ଜିଲ୍ଲାପାଳ ଅମରେନ୍ଦୁ ଭୋଇ, ଅବସର ପ୍ରଧ୍ୟାପକ ଅରବିନ୍ଦ ମିଶ୍ର, ନାଲକୋ ର ଡେପୁଟି ମ୍ୟାନେଜର ରାମଚନ୍ଦ୍ର ମାଝୀ, କୁଚିଣ୍ଡା ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ସୁମନ୍ତ ନାୟକ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସଭା ରେ ପ୍ରଥମେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଅଭିଯାନ ର ଉପଦେଷ୍ଟା ଅଶୋକ ନାଏକ ସ୍ୱାଗତ ଜଣାଇ ଥିଲେ ଓ ବରିଷ୍ଠ ସଦସ୍ୟ ତଥା ସହପ୍ରଧାନ ଆଚାର୍ୟ୍ୟ ପ୍ରଣବ ଦ୍ୱିବେଦୀ ଅଭିଯାନ ର ବିବରଣୀ ପାଠ କରିଥିଲେ କୁତୁରାଚୁଆଁ ମହାବିଧ୍ୟାଳୟ ର ଅଧ୍ୟକ୍ଷ ସୁବାସ ନାଏକ ଅତିଥି ପରିଚୟ କରିଥିଲେ । ଭାତପୁରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରତନଲାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦ ପରିଚାଳନା କରିଥିଲେ କ୍ଷ ଏବଂ ଅଭିଯାନ ର ଆବାହକ ପ୍ରଭାତ ବେହେରା କାର୍ୟ୍ୟ କ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ମ୍ୟାଟ୍ରିକ ପରୀକ୍ଷାରେ ଉପଖଣ୍ଡ ରେ ଶତକଡା ୯୦ ରୁ ଅଧିକ ନମ୍ବର ରଖିଥିବା ସତ୍ୟପ୍ରିୟ ଦତ୍ତ, ଅତ୍ୟାଶା ଗୁରୁ, ପ୍ରାଚୀ ପ୍ରତ୍ୟାଶା ପଟେଲ, ଗୌରଭ ମହାନ୍ତି, +୨ବିଜ୍ଞାନ ରେ ସୁରଜ ପାଣିଗ୍ରାହୀ ଓ ସୌରଭ ପଣ୍ଡା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ମ୍ୟାଟ୍ରିକ ରେ ଏ ୨ ପାଇଥିବା ୪୪ଜଣ ଛାତ୍ର ଛାତ୍ରୀ ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଉତ୍ସବ ରେ ଉଲେଖନୀୟ ସଫଳତା ପାଇଁ ଭୋଜପୁର ର ପ୍ରେରଣା ପଣ୍ଡା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଆର୍ଥିକ ଅନଗ୍ରସର ଛାତ୍ରୀ ପ୍ରିୟଦର୍ଶନୀ ପତି ଓ ଛାତ୍ର ଅୟସ କୁମାର ପଟେଲ ଙ୍କୁ ବରିଷ୍ଠ ସଦସ୍ୟ ସୁଧୀର ମହାନ୍ତି ଙ୍କ ପକ୍ଷରୁ ଆର୍ଥିକ ସହାୟତା ସହ ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମକୁ ଅଧ୍ୟାପକ ଦେବେନ୍ଦ୍ର ନାଏକ, ଅଧ୍ୟାପକ ପ୍ରଶାନ୍ତ ପଟେଲ, ବରିଷ୍ଠ ସଦସ୍ୟ ସୁଗତ ପଟେଲ, ସଂଯୋଜକ ରମେଶ କିସାନ, ସଂଯୋଜିକା ସୁମିତା ନାଏକ, ନଳିନୀ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ । ସଭାରେ ଅଧ୍ୟାପକ ଖଗେଶ୍ୱର ଦାସ, ପ୍ରଫୁଲ ସାହୁ, ଯୋଗଵିହାରୀ ପରିଡା, ମହମଦ ମୁକ୍ତା, ଅଧ୍ୟାପକ ପ୍ରଦୀପ ପଣ୍ଡା, ପୂର୍ବତନ ଓକିଲ ସଂଘ ସଭାପତି ରବୀନ୍ଦ୍ର ନାଏକ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାର, ଅଭିଭାବକ ଉପସ୍ଥିତ ଥିଲେ ।