ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତି ସହଯୋଗକୁ ବିସ୍ତାର କରିବା ଆବଶ୍ୟକତା : ରୀରାଜନାଥ ସିଂ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଟୋକିଓରେ ଜାପାନର ରକ୍ଷାମନ୍ତ୍ରୀ ୟାସୁକାଜୁ ହମଦାଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ଏହିଅବସରରେ ଦ୍ଵିପାକ୍ଷିକ ସହଯୋଗ ସହିତ କ୍ଷେତ୍ରୀୟ ବିଷୟର ବିଭିନ୍ନ ଦିଗଉପରେ ସମୀକ୍ଷା କରାଯାଇଛି। ଭାରତ-ଜାପାନ ପ୍ରତିରକ୍ଷା ସହଭାଗୀତାର ଗୁରୁତ୍ଵ ତଥା ସ୍ଵତନ୍ତ୍ର, ଉନ୍ମୁକ୍ତ ଓ ନିୟମ ଆଧାରିତ ଭାରତପ୍ ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁନିଶ୍ଚିତ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକାକୁ ଉଭୟ ଗ୍ରହଣକରିଛନ୍ତି। ପ୍ରତିନିଧି ମଣ୍ଡଳରସ୍ତରର ବାର୍ତ୍ତା ସମୟରେ, ରାଜନାଥ ସିଂ ଏହି ବିଷୟ ଉପରେ ଆଲୋକପାତ କରିଛନ୍ତି ଯେ ଭାରତ-ଜାପାନ ଦ୍ଵିପାକ୍ଷିକ ରକ୍ଷା ଅଭ୍ୟାସ ଉଭୟ ଦେଶମଧ୍ୟରେ ରକ୍ଷା ସହଯୋଗକୁ ଆହୁରି ଦୃଢ଼କରିବାର ପ୍ରମାଣ ଅଟେ। ଉଭୟମନ୍ତ୍ରୀ ‘ଧର୍ମଗାର୍ଡିଆନ୍’, ‘ଜିମେକ୍ସ’ ଓ ‘ମାଲବାର’ ସହିତ ଦ୍ବିପାକ୍ଷୀୟ ଏବଂ ବହୁ ପକ୍ଷୀୟ ଅଭ୍ୟାସକୁ ଜାରି ରଖିବାପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେ ଚଳିତ ବର୍ଷ ମାର୍ଚ୍ଚରେ ଅଭ୍ୟାସ ‘ମିଳନ’ ସମୟରେ ଯୋଗାଣ ଓ ସେବାରାଜିନାମାର ପାରସ୍ପରିକ ବ୍ୟବସ୍ଥା ସଞ୍ଚାଳନର ସ୍ବାଗତ କରିଛନ୍ତି। ଉଭୟ ମନ୍ତ୍ରୀ ଏହି ବିଷୟରେ ସହମତି ପ୍ରକାଶକରିଛନ୍ତି ଯେ ଉଦ୍‌ଘାଟନୀ ଫାଇଟର ଏକ୍ସର ସାଇଜ୍ ର ଶୀଘ୍ର ଆୟୋଜନ ଉଭୟଦେଶର ବାୟୁସେନାଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପାରସ୍ପରିକ ପରିଚାଳନାର ମାର୍ଗକୁ ପ୍ରଶସ୍ତ କରିବ। ରକ୍ଷାମନ୍ତ୍ରୀ ରକ୍ଷାଉପକରଣ ଏବଂ ପ୍ରଯୁକ୍ତି ସହଯୋଗକ୍ଷେତ୍ରରେ ସହଯୋଗର ପରିସରକୁ ବିସ୍ତାର କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ ଜାପାନୀ ଉଦ୍ୟୋଗକୁ ଭାରତର ରକ୍ଷାକ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି ଯେଉଁଠାରେ ଭାରତ ସରକାରଙ୍କ ଦ୍ବାରା ରକ୍ଷା ଉଦ୍ୟୋଗର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି। ଚଳିତ ବର୍ଷ ଭାରତ ଓ ଜାପାନ ମଧ୍ୟରେ ରାଜନୈତିକ ସମ୍ବନ୍ଧର ୭୦ବର୍ଷପୂରଣ ହେଉଛି। ଦୁଇଟି ମଜବୁତ୍ ଗଣତାନ୍ତ୍ରିକ ଦେଶଭାବରେ ଉଭୟଦେଶ ଏକ ବିଶେଷ କୌଶଳ ଗତ ଏବଂ ବିଶ୍ଵ ସହଭାଗୀତା ପାଇଁ ପ୍ରଚେଷ୍ଟାରତ ରହିଛନ୍ତି। ୦୭ସେପ୍ଟେମ୍ବର ୨୦୧୨ର ରାତିରେ ଟୋକିଓ ପହଞ୍ଚିବା ପରେ, ରାଜନାଥ ସିଂ ଜାପାନର ଆତ୍ମରକ୍ଷାବଳର କର୍ମଚାରୀ, ଯେଉଁମାନେ ଡ୍ୟୁଟି ସମୟରେ ନିଜର ପ୍ରାଣର ଆହୁତି ପ୍ରଦାନ କରିଛନ୍ତି, ତାଙ୍କୁ ସମର୍ପିତ ଏକ ସ୍ମାରକରେ ମାଲ୍ୟାର୍ପଣ କରିଦିନକୁ ଆରମ୍ଭ କରିଛନ୍ତି। ଏହିସ୍ମାରକ ରକ୍ଷା ମନ୍ତ୍ରଣାଳୟ ଜାପାନରେ ରହିଛି। ଜାପାନୀର କ୍ଷାମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷୀୟ ବୈଠକ ପୂର୍ବରୁ ତାଙ୍କୁ ଔପଚାରିକ ଗାର୍ଡ଼ଅଫ୍ଅନର ପ୍ରଦାନ କରାଯାଇଛି। ରକ୍ଷାମନ୍ତ୍ରୀ, ବିଦେଶ ମନ୍ତ୍ରୀ ଡା. ଏସ. ଜୟଶଙ୍କରଙ୍କ ସହିତ ଆଜି ଦ୍ଵିତୀୟ ଭାରତ-ଜାପାନ ୨ +୨ ମନ୍ତ୍ରୀସ୍ତରୀୟ ବାର୍ତ୍ତାରେ ଭାଗ ନେବେ। ଜାପାନୀ ପକ୍ଷର ପ୍ରତିନିଧିତ୍ଵ ରକ୍ଷାମନ୍ତ୍ରୀ ୟାସୁକା ଜୁହମାଦା ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ୟୋସିମା ସାହୟାସି କରିବେ। ୨ +୨ ବାର୍ତ୍ତା ସମସ୍ତ କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗର ସମୀକ୍ଷା କରିବ ଏବଂ ଭବିଷ୍ୟତର ମାର୍ଗ ନିର୍ଦ୍ଧାରିତ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ