ପ୍ରତିରକ୍ଷା ସାଟେଲାଇଟ୍ RISAT-2 BR1ର ସଫଳ ଉତକ୍ଷେପଣ

ଶୀହରିକୋଟା , (ଯୁଗାବ୍ଦ ନ୍ୟୁଜ) : ଇସ୍ରୋ ପକ୍ଷରୁ ବୁଧବାର ବେଙ୍ଗାଳୁରୁ ଶୀହରିକୋଟାରୁ PSLV-C48 ଲଞ୍ଚ୍ ଭେଇକଲ୍ ସାହାଯ୍ୟରେ ଶକ୍ତିଶାଳୀ ପ୍ରତିରକ୍ଷା ସାଟେଲାଇଟ୍ RISAT-2 BR1ର ସଫଳ ଉତକ୍ଷେପଣ ହୋଇଯାଇଛି । ଏହା ସହ ୯ଟି ବାଣିଜ୍ୟିକ ସାଟେଲାଇଟ୍ ମଧ୍ୟ ଲଞ୍ଚ୍ କରାଯାଇଥିବା ସୂଚନା ମିଳିଛି । ଏହା ପୃଥିବୀ ପୃଷ୍ଠର ୫୭୬ କିଲୋମିଟର ଦୁରରେ ଅବସ୍ଥାପିତ କରାଯିବା ଓ ଏହା ଦିନ ରାତି ୨୪ ଘଣ୍ଟା ଏବଂ ପ୍ରତିକୂଳ ପାଗରେ ମଧ୍ୟ କାମ କରିବାର କ୍ଷମତା ରଖିଛି ।ଏହା ମାଇକ୍ରୋ ଫ୍ରିକ୍ୟୁଏନ୍ସି ଉପରେ କାମ କରି ପୃଥିବୀ ପୃଷ୍ଠର ଛବି ଉତ୍ତୋଳନ କରୁଥିବାରୁଏହାକୁ ଇମେଜିଂ ରାଡାର ସାଟେଲାଇଟ୍ କୁହାଯାଉଛି। ଏହା ଦେଶର ପ୍ରତିରକ୍ଷା ବିଭାଗ ପାଇଁ ବେଶ୍ ସହାୟକ ହେବ। ମହାକାଶରୁ ଦେଶରେ ସୀମାନେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବସହଦେଶର କୃଷି, ଜଙ୍ଗଲ ଆଦି ଉପରେ ମଧ୍ୟ ନଜର ରଖିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ