ପ୍ରତିଶୃତି ପରେ ମହିଳା ମହାସଂଘର ଅନଶନ ପ୍ରତ୍ୟାହୃତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ରାମେଶ୍ୱର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କୁ ଅଗଣତାନ୍ତ୍ରିକ ଭାବେ ପଦବୀରୁ ହଟାଇବା ସହିତ ଧାନକିଣାରେ ମଣ୍ଡି ବାବଦକୁ ଥିବା ପ୍ରାପ୍ୟ ଅର୍ଥ ପାଇବା ଅବହେଳା ପ୍ରତିବାଦରେ ମହିଳା ମହାସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଗତ ୩୦ ତାରିଖ ଠାରୁ ଧାରଣା ଓ ଅକ୍ଟୋବର ୫ ତାରିଖ ଠାରୁ ଅନଶନ ଜାରି ରହିଥିଲା । ଏହି ଧାରଣା ଓ ଅନଶନରେ ସଭାନେତ୍ରୀ କୁନ୍ତଳା ଜେନା ଓ ସଂପାଦିକା ଉଷାରାଣୀ ବେହେରାଙ୍କ ସମେତ ମହିଳା ମହାସଂଘର ଅନ୍ୟ ସଦସ୍ୟା ମାନେ ସାମିଲ ହୋଇଥିଲୋ । ଆଜି ୩ୟ ଦିବସରେ ଅନଶନ ପ୍ରତ୍ୟାହୃତ ହୋଇଯାଇଛି । ସିପିଆଇ ଓ କଂଗ୍ରେସ ତରଫରୁ ଅନଶନକୁ ପୂର୍ଣ୍ଣ ସମର୍ଥନ କରାଯାଇ ବନ୍ତ ବିଡିଓଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଗଣତାନ୍ତ୍ରିକ ଭାବେ ନିର୍ବାଚନକୁ ରଦ୍ଧ କରିବା ପାଇଁ ଉଭୟ ରାଜନୈତିକ ଦଳ ତରଫରୁ ଲିଖିତ ଭାବେ ଜଣାଯାଇଛି । ବିଡିଓ ରେବେକା ବିଲୁଙ୍ଗ ଏବଂ ବନ୍ତ ଥାନା ଆଇଆଇସି ମୀନା ବିନ୍ଧାଣୀ ଅନଶନ ସ୍ଥଳକୁ ଯାଇ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ । ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଆଲୋଚନାରେ ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ନିରଂଜନ ନାୟକ, ପର୍ଶୁରାମ ସ୍ୱାଇଁ, ମାର୍କଣ୍ଡ ବାରିକ, ଧନେଶ୍ୱର ଜେନା, ଜୟନ୍ତ ଜେନା, ଅହଲ୍ୟା ମହାକୁଡ, ମାଳତୀ ଜେନା, କିଶୋର ବେହେରା, କଂଗ୍ରେସର ଜୋନ୍ ସଭାପତି ନିରଂଜନ ମଲ୍ଲିକ, ଯୁବନେତା ଜ୍ୟୋତି ରଂଜନ ନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ