ପ୍ରତିଶୃତି ପାଇ ଦୁନିଆରୁ ଚାଲିଗଲେ ଅସହାୟ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଫୁଲବାଣୀ ପୌରାଂଚଳରେ ଥିବା ଥିବା ୮ନମ୍ବର ୱାଡର ନରସଂହ ଗୌଡ ତାଙ୍କର କିଡନୀ ରୋଗର ଚିକିତ୍ସା ପାଇଁ ସହାୟତାର ପ୍ରତିଶୃତି ପୌରାଂଚଳ କାର୍ଯ୍ୟାଳୟରୁ ପାଇ ଥିଲେ ମଧ୍ୟ  ତାଙ୍କୁ କୌଣସି ସହାୟତା ନମିଳିବା ରୁ  ସଂସାରରୁ ଚାଲି ଯାଇଛନ୍ତି । ଦୁଇ ବର୍ଷ ପୁର୍ବେ କିଡିନୀ ରୋଗରେ ଆକ୍ରାନ୍ତ ହୋଇ ଜୀବିକା ହରାଇ ସରକାରୀ ସାହାର୍ଯ୍ୟ ପାଇଁ ଅପେକ୍ଷା କରି କରି ଶେଷରେ ମତ୍ୟୁ ବରଣ କଲେ ।ମୃତ ନରସିଂହ ଏକ ଛୋଟିଆ ଉଠା ବ୍ୟବସାୟୀ । ସେ ହାଟ ହାଟ ବୁଲି ମଞ୍ଜି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ପୂର୍ବରୁ ସେ ସରକାରଙ୍କ ଯୋଜନାରେ ରାସନକାର୍ଡ ପାଇଥିଲେ କିନ୍ତୁ ପ୍ରାୟ ୫ବର୍ଷ ହେବ ତାଙ୍କର କାର୍ଡଟି କଟି ଯାଇଛି ।ଏନେଇ ସେ ବାରମ୍ବାର ପୌରପରିଷଦ ଅଧିକାରୀ ଓ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ନିକଟରେ ସେ ଏକାଧିକବାର ଆବେଦନ କରି କେବଳ ପ୍ରତିଶୃତି ପାଇ ପ୍ରତାରିତ ହୋଇଥିଲେ ।ଗତ ପ୍ରାୟ ଦୁଇବର୍ଷ ହେବ ତାଙ୍କର ଦୁଇଟି ଯାକ କିଡିନୀ ନଷ୍ଟ ହୋଇଯିବାରୁ ସେ ଚିକିତ୍ସାରେ ସର୍ବଶାନ୍ତ ହୋଇ ନିରୁପାୟ ହୋଇ ଘରେ ପଡି ରହିଥିଲେ ।ଏହିଭଳି ପରିସ୍ଥିତିରେ ସ୍ତ୍ରୀ ବିଷ୍ଣୁ ଗୌଡ ବାରମ୍ବାର ରାସନକାର୍ଡ ପାଇଁ ସରକାରୀ ଦପ୍ତରକୁ ଦୌଡି ଦୌଡି ପୁଣି ପ୍ରତାରିତ ହେଲେ ।ଶେଷରେ ସରକାରୀ ଯୋଜନା ହାତେଇବା ପାଇଁ ଆଶା କରି କରି ଆଖି ବୁଜିଲେ ନରସିଂହ । ଏହି ପରି ପରିସ୍ଥିତିରେ ଯଦି ଜଣକୁ ସରକାରୀ ଯୋଜନା ପାଇବାରୁ ବଂଚିତ କରାଯାଏ ତେବେ ସେ ଯୋଜନା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ଅଂଚଳବାସୀ ।ପ୍ରଶାସନ ତରଫରୁ ତୁରନ୍ତ ତାଙ୍କ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାପାଇଁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ