ପ୍ରତିଷ୍ଠା ଦିବସରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜେଡି କର୍ମକର୍ତ୍ତାଙ୍କ ଶପଥ ପାଠ

ପୋଲସରା, (ଅନିଲ କୁମାର ମହାରଣା):ବିଜୁ ଜନତା ଦକର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୋଲସରା ବସଷ୍ଟାଣ୍ଡ ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସଭା ଅନୁଷ୍ଠିତ ହୋଇଥିଲା। ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଉଭୟ ବ୍ଲକ ଓ ଏନଏସିର ବିଜେଡି କର୍ମକର୍ତ୍ତା, ଦଳୀୟ ଲୋକପ୍ରତିନିଧି, ସକ୍ରିୟ କର୍ମୀ ଓ ଜନସାଧାରଣ ଏହି ସଭାରେ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଏହି ସଭାରେ ଅବଗତ କରାଇଥିଲେ। ଉପସ୍ଥିତ ବିଜେଡି କର୍ମୀଙ୍କୁ ପୋଲସରା ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଶପଥ ପାଠ କରାଇଥିଲେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଲୋକାଭିମୁଖୀ ଯୋଜନା ବିଷୟ ଜନସାଧାରଣଙ୍କ ନିକଟରେ ପହଁଞ୍ଚାଇ ଦଳକୁ ମଜବୁତ କରିବା ସହ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ହାତ ମୁଠାକୁ ଆହୁରି ମଜବୁତ କରିବା ପାଇଁ ସଂକଳ୍ପ କରିଥିଲେ। ଶେଷରେ ବରିଷ୍ଠ ବିଜେଡି ନେତା ପୀତବାସ ପ୍ରଧାନ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଏନ୍ଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ବୁଗୁଡ଼ା ବ୍ଳକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ନଗର ସଭାପତି କେ.ତ୍ରିଲୋଚନ ଦୋରା, ଦୁଇ ବ୍ଲକର ସଭାପତି ମଦନ ଗୋପାଳ ଦୋରା ଓ ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ, ଝୁନୁ ଦାସ, ଗଙ୍ଗାପାଣି ଜେନା, ପ୍ରତିନିଧି ଜିତେନ୍ଦ୍ର ନାୟକ, ପ୍ରତିନିଧି ଟୁକୁନା ସ୍ବାଇଁ, କେ.ନୀଳମାଧବ ଆଚାରୀଙ୍କ ସମେତ ବିଜୁ ଜନତା ଦଳର ଉଭୟ ବ୍ଲକ ଓ ଏନଏସି ର ବହୁ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ