ପ୍ରତିଷ୍ଠିତ ସୁନାମଧନ୍ୟ କେନ୍ଦ୍ରାପଡା ମହାବିଦ୍ୟାଳୟ ସମସ୍ୟା ପ୍ରତି ବୁଦ୍ଧିଜିବୀ ମହଲରେ ଉଦ୍‌ବେଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସମଗ୍ର ରାଜ୍ୟରେ କେନ୍ଦ୍ରାପଡା କଲେଜ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । ରାଜ୍ୟ ଏବଂ ରାଜ୍ୟ ବାହାରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ସହ ପ୍ରତିଷ୍ଠାତା ସ୍ୱର୍ଗତଃ ଦୀନବନ୍ଧୁ ସାହୁ ରାଜ୍ୟ ବାହାରୁ ଏବଂ ରାଜ୍ୟର ସୁନାମଧନ୍ୟ ଅଧ୍ୟାପକ ମାନଙ୍କୁ ନିଯୁକ୍ତି ଦେଇଥିଲେ । ଯାହାଫଳରେ ଶିକ୍ଷାଦାନ ପାଇଁ ତତ୍କାଳୀନ ଅବସ୍ଥାରେ ସରକାରୀ କଲେଜରେ ଛାତ୍ର/ଛାତ୍ରୀମାନେ ଅଧ୍ୟୟନ ନକରି କେନ୍ଦ୍ରାପଡା କଲେଜରେ ପଢୁଥିଲେ । କେନ୍ଦ୍ରାପଡା କଲେଜ ଭଳି ବେସରକାରୀ କଲେଜରେ ଅଧ୍ୟୟନ କରୁଥିଲେ । ସଂପ୍ରତି କେନ୍ଦ୍ରାପଡା କଲେଜର ପୂର୍ବତନ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବିଧାୟକ ଅଗଣତାନ୍ତ୍ରିକ ଭାବରେ ଅଧ୍ୟକ୍ଷଙ୍କୁ ବରଖାସ୍ତ କରି ସମଗ୍ର ରାଜ୍ୟରେ କଲେଜର ସମ୍ମାନ ପ୍ରତି ଆଂଚ ଆଣିଛନ୍ତି । ପରିଚାଳନା କମିଟି କଲେଜର ଭିତିଭୂମି, ଶିକ୍ଷାଦାନ ପଦ୍ଧତି ଏବଂ ପ୍ରଶାସନିକ ଦକ୍ଷତା ଉପରେ ଗୁରୁତ୍ୱାରୋପ କରୁନାହାଁନ୍ତି । କଲେଜର ଜମି ଏବେବି ଏକ ମୁଖ୍ୟ ସମସ୍ୟା ହୋଇ ମୁଣ୍ଡ ଟେକିଛି । ବିକାଶ ସାମ୍ମୁଖ୍ୟ ସଂପାଦକ ଅଧ୍ୟାପକ ଅଜୟ ସାମଲ, ସଭାପତି ଜିଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ଡଃ.ଉପେନ୍ଦ୍ର ନାଥ ପ୍ରଧାନ , ପୂର୍ବତନ ଅଧ୍ୟକ୍ଷ ଅଧ୍ୟାପକ ଚିତରଂଜନ ଦାସ , ଅଧ୍ୟାପକ ମୋହନ ଚରଣ ଜେନା, ଅଧ୍ୟାପକ ନାରଣ ପ୍ରସାଦ ଜେନା ଜିଲ୍ଲା ଅବସରପ୍ରାପ୍ତ ଅଧ୍ୟାପକ ସଂଘ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ସମାଜସେବୀ ଭଜକୃଷ୍ଣ ରାଉତ, ଭାଗିରଥି ଜେନା, ବୈଷ୍ଣବ ଚରଣ ସ୍ୱାଇଁ, ଶିକ୍ଷକ ନେତା ଶ୍ରୀନିବାସ ପରିଡା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅମୀୟ ନାୟକ ପ୍ରମୁଖ ଉଦ୍‌ବେଗ ପ୍ରକାଶ କରିବାସହ କେନ୍ଦ୍ରାପଡା କଲେଜର ଗୈାରବକୁ ଫେରାଇ ଆଣିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ କରାଯିବାକୁ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ କଲେଜର ପ୍ରତିଷ୍ଠା ପ୍ରତି ଆଂଚ ଆସିଲେ ବୁଦ୍ଧିଜିବୀ ମହଲ ନିରବଦ୍ରଷ୍ଟା ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ