ପ୍ରତି ପଞ୍ଚାୟତରେ ଘରକୁ ଘର ବୁଲି ଅଞ୍ଚଳବାସୀଙ୍କ କୋଭିଡ୍ ପରୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ଆଠମାସ ଧରି ବିଶ୍ବକୁ ଘାଇଲା କରିଛି ମହାମାରୀ କରୋନା । ଏହି ମହାମାରୀ ଭୁତାଣୁର ମୁକାବିଲା କରିବାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ । କୋରନା ମୁକାବିଲା ନେଇ ଦୀର୍ଘ ଆଠମାସ ହେଲା ବିଭିନ୍ନ ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସମୟରେ ଘରକୁ ଘର ବୁଲି ଅଞ୍ଚଳବାସୀଙ୍କ ପରୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟକର୍ମୀ । ଏଭଳି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବାବେଳେ ସେଥି ମଧ୍ୟରେ ବାଟାଗୁଡ଼ା ପଞ୍ଚାୟତ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ଦିଗାଳ ମଧ୍ୟ  ନିଜ ସହକର୍ମୀଙ୍କ ସହ ମିଶି ପଞ୍ଚାୟତର ପ୍ରତି ଗାଁ କୁ ଯାଇ ଅଞ୍ଚଳବାସୀଙ୍କ କରୋନା ପରୀକ୍ଷା କରିବାସହ ଅଞ୍ଚଳବାସୀଙ୍କ ସଚେତନ ମଧ୍ୟ କରାଉଥିବା ଜଣାପଡ଼ିଛି । ବର୍ତ୍ତମାନ ଶୀତ ରୁତୁର ଆଗମନ ହୋଇଥିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଆସିଛି । ପ୍ରତିବର୍ଷ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ହୁଏ । ଏଣୁ ଏଭଳି କାର୍ଯ୍ୟକ୍ରମ ଜିଲ୍ଲାରେ ଜାରି ରଖିବା ସହ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଆହୁରି ଅଧିକ ସଚେତନ କରାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ