ପ୍ରତି ପଞ୍ଚାୟତରେ ହାତପାଆନ୍ତାରେ ବ୍ୟାଙ୍କ ସେବା
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଯେଉଁ ପଞ୍ଚାୟତ ରେ ବ୍ୟାଙ୍କ ସେବା ନାହିଁ, ଏହାକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁସେହି ପଞ୍ଚାୟତ ରେ ଖୋଲିବ ‘ଆମ ବ୍ୟାଙ୍କ ‘। ଗ୍ରାମ ପଞ୍ଚାୟତ ରେ ସିଏସ୍ ପି ପ୍ଲସ୍ ଆଉଟ୍ ଲେଟ୍ ରାଜ୍ୟ ସରକାର ବ୍ୟାଙ୍କ ସେବା ଯୋଗାଇ ଦେବେ । ଆଜି ଅପରାହ୍ନ ୫ଟାରେ ଲୋକ ସେବା ଭବନ କନଭେସନ୍ ସେଣ୍ଟର ରେ ମୁଖ୍ୟମନ୍ତ୍ରୀ ଆମ ବ୍ୟାଙ୍କ କୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଆଜି ପ୍ରଥମ ପର୍ଯ୍ୟାୟ ରେ ପୁରୁଷୋତ୍ତମପୁର ବ୍ଲକର ଦୁଇ ଗୋଟି ପଞ୍ଚାୟତ ଯଥା ଆଛୁଲି,ଅନ୍ତରି ଗାଁ ପଞ୍ଚାୟତ ରେ ଆମ ବ୍ୟାଙ୍କ ସେବା ଉଦ୍ ଘାଟିତ ହୋଇଯାଇଛି। ଆଛୁଲି ପଞ୍ଚାୟତ ପରିସରରେ ଆମ ବ୍ୟାଙ୍କ ଉଦ୍ ଘାଟନ ଉତ୍ସବ ରେ ସରପଞ୍ଚ ସୁଧାକର ଗୈାଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିୟନ୍ତ୍ରିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ବିଡ଼ିଓ ମନୋଜ କୁମାର ନାୟକ,ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା, ସମିତି ସଭ୍ୟା ବିନୋଦିନୀ ପଣ୍ଡା, ସାଂସଦ ପ୍ରତିନିଧି ସୁଦର୍ଶନ ନାୟକ,ୟୁନିୟନ ବ୍ୟାଙ୍କ ଶାଖାପରିଚାଳିକ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବେ ସିପି ବରୁଣ କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ପାଣ୍ଡିଆ ସରପଞ୍ଚ ପ୍ରତିନିଧି କୈଳାସ ସେଠୀ,ବଡଖରିଡା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ,ଜାମୁନୀ ସରପଞ୍ଚ ଇନ୍ଦ୍ରଜିତ ନାୟକ, ପ୍ରଦୀପ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।ଆଛୁଲି ଆମ ବ୍ୟାଙ୍କ ର ବିସି (ବିଜିନେସକରସପେଣ୍ଡଣ୍ଟ ) ଅନିତା କୁମାରୀ ମହାରଣା ମହାମାୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଞ୍ଚୟ ଖାତା ପ୍ରଥମ ଦିନରେ ଖୋଲାଯାଇଥିବା କହିଛନ୍ତି।ଆମ ବ୍ୟାଙ୍କ ମାଧ୍ୟମରେ ୧୫ ଗୋଟି ସେବା ଉପଲବ୍ଧ ହେବାର ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ରେ ଏମ୍ବିକେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ,ସିଆରପି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।