ପ୍ରତି ୧୦ଲକ୍ଷରେ ପ୍ରାୟ ୧୦ହଜାର ନମୁନା ପରୀକ୍ଷା
ନୂଆଦିଲ୍ଲୀ : କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସକ୍ରିୟ ପଦକ୍ଷେପ ଯୋଗୁଁ କୋଭିଡ-୧୯ ସଂକ୍ରମିତ ମାମଲାଗୁଡିକ ଶୀଘ୍ର ଚିହ୍ନଟ ହୋଇପାରୁଛି । ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ମାଧ୍ୟମରେ ମଧ୍ୟମ ଏବଂ ଗୁରୁତର ମାମଲାଗୁଡ଼ିକର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା କରୋନା ରୋଗୀଙ୍କ ମଧ୍ୟରେ ଉନ୍ନତ ସୁସ୍ଥ ହାରକୁ ସୁନିଶ୍ଚିତ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩,୬୦୦ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ସକ୍ରିୟ ରୋଗୀ ଓ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ୩,୪୦,୦୪୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ ୬,୭୭,୪୧୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ଶତକଡା ୬୨.୮୬କୁ ବୃଦ୍ଧି ପାଇଛି । ସମସ୍ତ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଦେଶର ନମୁନା ପରୀକ୍ଷା ଭିତ୍ତିଭୂମି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଇସିଏମଆର ପକ୍ଷରୁ ପଞ୍ଜୀକୃତ ଚିକିତ୍ସକମାନଙ୍କୁ ନମୁନା ପରୀକ୍ଷା ସୁପାରିଶ ପାଇଁ ଅନୁମତି ଦିଆଯାଇଛି । ରାପିଡ ଆଣ୍ଟିଜେନ ପଏଣ୍ଟ ଅଫ କେଆର (ପିଓସି) ସହ ବହୁଳ ଭାବେ ଗୋଲ୍ଡ ଷ୍ଟାଣ୍ଡାର୍ଡ ଆରଟିପିସିଆର ଟେଷ୍ଟ ଯୋଗୁଁ କେବଳ ଗତ ୨୪ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ୩,୫୮,୧୨୭ଟି ନମୁନା ପରୀକ୍ଷା କରାଯାଇପାରିଛି । ଏପର୍ଯ୍ୟନ୍ତ ଦେଶରେ ୧,୩୭,୯୧,୮୬୯ନମୁନା ପରୀକ୍ଷା କରାଯାଇଛି, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଏହାର ହାର ୯୯୯୪.୧ । ଏହାଛଡା ଦେଶରେ ପରୀକ୍ଷାଗାରର ସୁବିଧା ମଧ୍ୟ ବୃଦ୍ଧି ପାଉଛି । ୮୮୯ ସରକାରୀ ଓ ୩୭୩ଟି ଘରୋଇ ଏହିପରି ମୋଟ ୧୨୬୨ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।


