ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର
ନୂଆଦିଲ୍ଲୀ: ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସବୁଠାରୁ କମ୍ କୋଭିଡ-୧୯ ଜନିତ ମୃତ୍ୟୁ ହୋଇଛି । ଆଜି ଏହି ସଂଖ୍ୟା ୮୧ ଥିଲା ।
ଅକ୍ଟୋବର ୨ରୁ ଆଜି ପର୍ଯ୍ୟନ୍ତ ଦେଶରେ ୧୧ ଶହରୁ କମ୍ ମୃତ୍ୟୁ ହୋଇଛି । ଏହି ଫଳାଫଳ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ତଥା ଜାତୀୟ ମୃତ୍ୟୁ ହାର ଠାରୁ କମ୍ ମୃତ୍ୟୁ ଥିବା ୨୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସାମିଲ ରହିଛି । ମୃତ୍ୟୁ ହାର ଲଗାତାର କମିବାରେ ଲାଗିଛି । ଏବେ ଏହି ହାର ୧.୫୨ପ୍ରତିଶତ ଅଛି, ମାର୍ଚ୍ଚ ୨୨.୨୦୨୦ ପରେ ଏହା ସବୁଠାରୁ କମ୍ ରହିଛି । କୋଭିଡ ପରିଚାଳନା ଓ ମୁକାବିଲା ନୀତିର ଅଂଶବିଶେଷ ଭାବେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ସହ ଏଥିଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଓ ଗୁରୁତର କୋଭିଡ ରୋଗୀଙ୍କୁ ଗୁଣବତ୍ତା ସମ୍ପନ୍ନ ଚିକିତ୍ସା ଉପଲବ୍ଧ କରାଇ ଲୋକଙ୍କ ଜୀବନ ରକ୍ଷା କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିଛି । କୋଭିଡ ଡାକ୍ତରଖାନା ଗୁଣବତ୍ତାଯୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଛନ୍ତି । ନୈଦାନିକ ଉପଚାର ପ୍ରୋଟୋକଲରେ କେନ୍ଦ୍ର ସରକାର ମାନକ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ଗୁଣବତ୍ତାସମ୍ପନ୍ନ ଚିକିତ୍ସା ମିଳି ପାରୁଛି । ମୃତ୍ୟୁ ହାର କମାଇବାକୁ ଗୁରୁତର ରୋଗୀଙ୍କ ଚିକିତ୍ସା ପରିଚାଳନାରେ ନିୟୋଜିତ ଆଇସିୟୁ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀରେ ଇ-ଆଇସିୟୁ ଉପକ୍ରମ ଆରମ୍ଭ କରାଯାଇଛି । ଏହି ଉପକ୍ରମରେ ବିଶେଷଜ୍ଞମାନେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ରାଜ୍ୟ ଡାକ୍ତରଖାନାଗୁଡିକର ଆଇସିୟୁ ଡାକ୍ତରମାନଙ୍କ ପାଇଁ ପରାମର୍ଶ ଅଧିବେଶନ ଆୟୋଜନ କରୁଛନ୍ତି । ଏହି ଅଧିବେଶନ ଜୁଲାଇ୮,୨୦୨୦ ରୁ ଆରମ୍ଭ ହୋଇଛି । ଆଜି ପର୍ଯ୍ୟନ୍ତ ଏପରି ୨୩ ଟି ଟେଲି-ଅଧିବେଶନ ଆୟୋଜିତ ହୋଇଛି, ଯେଉଁଥିରେ ୩୪ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ୩୩୪ଟି ଚିକିତ୍ସା ସଂସ୍ଥା ଭାଗ ନେଇଛନ୍ତି । ନୂତନ ଭାବେ ଚିହ୍ନଟ ମାମଲା ତୁଳନାରେ ରୋଗୀଙ୍କ ସୁସ୍ଥ ହାର ଅଧିକ ଧାରା ବଜାୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ୭୦.୩୩୮ ରୋଗୀ ସୁସ୍ଥ ହୋଇଥିବା ବେଳେ ନୂତନ ଚିହ୍ନଟ ମାମଲା ସଂଖ୍ୟା ୬୩,୩୭୧ ରହିଛି । ଏପର୍ଯ୍ୟନ୍ତ ସମୁଦାୟ ୬୪,୫୩,୭୭୯ ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୫୬ ଲକ୍ଷ (୫୬,୪୯.୨୫୧) ହୋଇଛି । ସୁସ୍ଥ ସଂଖ୍ୟା ଏବେ ସକ୍ରିୟ ମାମଲା ତୁଳନାରେ ୮ ଗୁଣ ଅଧିକ ରହିଛି । ସକ୍ରିୟ ମାମଲାରେ କ୍ରମାଗତ କମିବାରେ ଲାଗିଛି । ବର୍ତ୍ତମାନ ସମୁଦାୟ ପଜିଟିଭଙ୍କ ମଧ୍ୟରୁ ମାତ୍ର ୧୦.୯୨ ପ୍ରତିଶତ ସକ୍ରିୟ ମାମଲା ରହିଛି । ଦେଶରେ ପଜିଟିଭ ମାମଲା ସଂଖ୍ୟା ୮,୦୪,୫୨୮ ରହିଛି । ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ୮୭,୫୬ ପ୍ରତିଶତରେ ପହଞ୍ଚିଛି । ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ମାମଲାର ୭୮ ପ୍ରତିଶତ ସୁସ୍ଥ ହୋଇଛନ୍ତି । କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୩ ହଜାରରୁ ଅଧିକ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି । ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୭୯ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ଏହି ନୂଆ ମାମଲା ସଂଖ୍ୟା ୮ହଜାରରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯୫ଟି କୋଭିଡ ମୃତ୍ୟୁ ହୋଇଛି । ଏଥିରୁ ୮୨ ପ୍ରତିଶତ ମୃତ୍ୟୁ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ତାମିଲନାଡୁ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଞ୍ଜାବ, ଓଡିଶା ଓ ଦିଲ୍ଲୀରେ ହୋଇଛି ।
ନୂଆ ମୃତ୍ୟୁର ୩୭ ପ୍ରତିଶତରୁ ଅଧିକ ( ୩୩୭) ମହାରାଷ୍ଟ୍ରରେ ହୋଇଛି । ୧୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ହାର ଜାତୀୟ ପ୍ରତିଶତ ଠାରୁ ଅଧିକ ଥିବା ରିପୋର୍ଟ ମିଳିଛି ।


